Odisha news

ନବରାତ୍ରି ରେ ପାଠ କରାଯାଉଥିବା ‘ୟା ଦେବୀ ସର୍ବଭୂତେଷୁ’ ମନ୍ତ୍ର ଅର୍ଥ କଣ ଓ ଏହାର ମହତ୍ୱ କଣ

0

ଦେବୀ ଶକ୍ତିଙ୍କ ରୂପ ହେଉଛନ୍ତି ମା ଦୁର୍ଗା ଙ୍କ ପୂଜା, ଉପାସନା ଓ ସ୍ତୁତି କରିବା ହିନ୍ଦୁ ଧର୍ମର ମୁଖ୍ୟ ଅଂଶ l ଦେବୀ ଭଗବତୀ ଙ୍କୁ ଶକ୍ତି, ସାହସ, ସମୃଦ୍ଧି ଓ ଧର୍ଯ୍ୟ ର ପ୍ରତୀକ ବୋଲି କୁହାଯାଇଥାଏ l ମା ଦୁର୍ଗା ଙ୍କ ସ୍ଟୁସି ପାଇଁ ବିଭିନ୍ନ ମନ୍ତ୍ର ପାଠ କରାଯାଇ ଥାଏ, ଏହି ମନ୍ତ୍ର ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ୟା ଦେବୀ ସର୍ବଭୂତେଷୁ …

ନବରାତ୍ରି ଆରମ୍ଭ ହେବା ମାତ୍ରକେ ୟା ଦେବୀ ସର୍ବଭୂତେଷୁ ମନ୍ତ୍ରର ଧ୍ୱନି ଘର, ମନ୍ଦିର ଓ ପୂଜା ପେଣ୍ଡାଲ ଗୁଡିକରେ ଶୁଣିବାକୁ ମିଳିଥାଏ l ଋଗ ବେଡ଼ରୁ ଉଧୃତ ଏହି ମନ୍ତ୍ର ଆପଣଙ୍କ ପାଇଁ ସରଳ ହୋଇପାରେ କିନ୍ତୁ ଏହାର ଅର୍ଥର ଅନେକ ମହତ୍ୱ ରହିଛି l

= ୟା ଦେବୀ ସର୍ବଭୂତେଷୁ ମନ୍ତଟି ମା ଦୁର୍ଗା ଙ୍କ ଶକ୍ତିକୁ ଦର୍ଶାଇ ଥାଏ, ନବରାତ୍ରି ସମୟ ରେ ଏହାକୁ ଜପ କରିବା ଦ୍ୱାରା ମାଙ୍କ ନିକଟରୁ କୃପା ପ୍ରାପ୍ତ ହୋଇଥାଏ ଏବଂ ଜୀବନ ର ଅନେକ ସମସ୍ୟା ଦୂର ହୋଇଥାଏ l ଏବଂ ବ୍ୟକ୍ତିର ମନୋବଳ ବୃଦ୍ଧି ହୋଇଥାଏ , ନିଜ  ଶତ୍ରୁକୁ ପରାଜିତ କରିବା ପାଇଁ ଶକ୍ତି ମିଳିଥାଏ l ଏହାଛଡା ଏହି ମନ୍ତ୍ର ଶାରୀରିକ ଓ ମାନସିକ ବଳ ବୃଦ୍ଧି କରିଥାଏ l

= ୟା ଦେବୀ ସର୍ବଭୂତେଷୁ ମନ୍ତ୍ରକୁ ପାଠ କରିବା ସମୟ ରେ ବ୍ୟକ୍ତି ନିଜ କୁ ମାଙ୍କ ନିକଟରେ ସ୍ୱତନ୍ତ୍ର ଭାବରେ ସମର୍ପଣ କରିବା ଜରୁରୀ, ଏବଂ ଦୃଢ଼ ସଂକଳ୍ପ ହେବା ଜରୁରୀ ଯେ ଜୀବନ ର ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ତା ର ସହିତ ମୁକାବିଲା କରିବ l

= ଏହି ମନ୍ତ୍ରଟି ଜୀବ  ଜଗତ ପ୍ରତି ଦୟା ଭାବ , ସ୍ନେହ ଭାବ, ଏବଂ ମାନବିକତା ରଖିବାକୁ ଶିଖାଇଥାଏ l ଏବଂ ନିଜ ଇନ୍ଦ୍ରିୟ କୁ ନିୟନ୍ତ୍ରିତ ରଖିବା ପାଇଁ ମଣିଷ ସମାଜ କୁ ଶିକ୍ଷା ଦେଇଥାଏ l ଏବଂ ସମସ୍ତ ବ୍ରହ୍ମାଣ୍ଡର ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି  ସମାନ ମନୋଭାବ ରଖିବା ଜରୁରୀ l

Nalco
Leave A Reply