Odisha news

ଶାରଦୀୟ ଦୁର୍ଗାପୂଜାର ଅଷ୍ଟମ ଦିବସରେ ମହାଗୌରୀ ବେଶରେ ମା ବନଦୁର୍ଗା।

0
ନିରାକାରପୁର: ୦୧/୧୦: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ଶାରଦୀୟ ଦୁର୍ଗାପୂଜାର ଅଷ୍ଟମ ଦିବସରେ ମହାଗୌରୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ପରେ ମା’ଙ୍କର ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ମହାପ୍ରସାଦ ମା’ଙ୍କୁ ଅର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି। ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଏବଂ ପଣ୍ଡିତ ତପନ କୁମାର ମହାପାତ୍ର, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ ସହଯୋଗ କରିଥିଲେ ଏହି ଅବସରରେ ସମାଜସେବୀ ମଦନମୋହନ ମହାପାତ୍ର, ପ୍ରଦୀପ ରଞ୍ଜନ ଆଚାର୍ଯ୍ୟ, ପପେୟା ଆଚାର୍ଯ୍ୟ, ପ୍ରଜ୍ଜ୍ୱଳ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ରଙ୍କ ସପରିବାର ଅଂଶଗ୍ରହଣ କରିଥିଲେ ଏବଂ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା’ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।
Leave A Reply