ଆଠଗଡ ତା ୦୬-୧୦-୨୨ ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ପାର୍ବଣ ଫିକା ପଡି ଯାଇଥିବା ବେଳେ ଚଳିତ ବର୍ଷ ପାର୍ବଣ ପାଇଁ ପୂଜା କମିଟି ସହିତ ସାଧାରଣ ଲୋକ ମାନଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାର୍ବଣ ଫିକା ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ନବମୀ ଦିନ ରଘୁନାଥ ବଜାର ପକ୍ଷରୁ ବିଶ୍ଵନାଥ ବିଦ୍ୟାପୀଠ ଆଗରେ ତିଆରି ହୋଇଥିବା ଲାଇଟ୍ ଗେଟ୍ ମଧ୍ୟ ଭାଙ୍ଗି ଯାଇଥିଲା। ସକାଳୁ ଅପରାହ୍ନ ଯାଏଁ ପାଗ ମଧ୍ୟ ଅନୁକୂଳ ନ ଥିଲା। କିନ୍ତୁ ସନ୍ଧ୍ୟା ସମୟରେ ପାଗ ଅନୁକୂଳ ହେବା ଯୋଗୁଁ ଧିରେଧିରେ ଗହଳି ବଢ଼ିବାରେ ଲାଗିଥିଲା। ସୁସଜ୍ଜିତ ଆଲୋକମାଳାରେ ସଜ୍ଜା ହୋଇ ଥିବା ବଜାର ଏବଂ ପୂଜା ମଣ୍ଡପକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବୁଲି ପୂଜା ର ମାହୋଲ କୁ ଉପଭୋଗ କରିଥିଲେ ଏବଂ ଆଠଗଡ଼ ରେ ଥିବା ସମସ୍ତ ବଜାର ପେଣ୍ଡାଲ ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଦେଖିବାକୁ ଆଖପାଖ ଗ୍ରାମର ହଜାର ହଜାର ଲୋକ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ଏହି ଅବସରରେ ଆଠଗଡ଼ ଯାତ୍ରା କମିଟି ପକ୍ଷରୁ ମହୋତ୍ସବ ପଡ଼ିଆ ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା।ଝୁଲଣ ମନ୍ଦିର ଠାରୁ ରାମ ଲକ୍ଷ୍ମଣ ଏକ ଭବ୍ୟ ଶୋଭାଯାତ୍ରା ରେ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚି ରାବଣ ଦହନ କରିଥିଲେ। ତେବେ ଦଶହରା ପାଳନ ପାଇଁ ହୋଇଥିବା ପ୍ରସ୍ତୁତି ବୈଠକ ରେ ପାରିତ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ ହୋଇଛି। ସୂଚନା କେନ୍ଦ୍ର,ଆଶୁ ଚିକିତ୍ସା କେନ୍ଦ୍ର, ଦମକଳ କେନ୍ଦ୍ର,ପିଇବା ପାଣି , , କଣ୍ଟୋଲ୍ ରୁମ୍, ପାଇଁ ବ୍ୟବସ୍ଥା ନ ଥିବା ବେଳେ ସନ୍ଧ୍ୟାରେ ଟ୍ରାଫିକ ବ୍ୟବସ୍ଥାରେ ଅବ୍ୟବସ୍ଥା ନେଇ ସନ୍ଧ୍ୟାବେଳେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା ଏହା ନେଇ ସାଧାରଣରେ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା