Odisha news

ଧରାପୃଷ୍ଟକୁ ମାଆ ର ଆଗମନ. ସଜେଇ ହେଉଛି ଦେବୀ ମଣ୍ଡପ

0

ଢ଼େଙ୍କିକୋଟ  :   ଶରତଋତୁ ରେ  ନିର୍ମଳ ଖୋଲା ଆକାଶ, ଧରାପୃଷ୍ଟରେ ଶୁଭ୍ର କାଶତଣ୍ଡି ଫୁଲର ସମାରୋହ l ଧରିତ୍ରୀ ମାତା ଶସ୍ୟ ଶ୍ୟାମଳା ରେ ହସି ଉଠୁଛି  l  ଜନଜୀବନ ଚଳପ୍ରଚଳରେ ଅନେକ ପରିବର୍ତନ ଆସିଛି l ମହାମାରୀ କରୋନା ର ପ୍ରକୋପରୁ ଲୋକେମାନଂକୁ ଟିକେ ଆଶ୍ୱସ୍ତି ମିଳିଛି l ରଂଗବେରଂଗ ର ଫୁଲ ଫଳରେ ସଜେଇ ହୋଇଛି ମାତା ଧରିତ୍ରୀ l ମାଆ ଆସୁଛନ୍ତି ଧରା ପୃଷ୍ଠ କୁ l ମାଆ ର ଆଗମନ ରେ ତାର ସନ୍ତାନ ସନ୍ତତି ମାନକଂ ମନରେ ଅନେକ ଖୁସି ଓ ଆନନ୍ଦ l ଭକ୍ତିମୟ, ଭାବମୟ,  ଆନନ୍ଦମୟ, ପରିବେଶ ମଧ୍ୟରେ, ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳୀ, କରତାଳି, ଭିତରେ ଏକ ମନ, ଏକ ପ୍ରାଣ , ଏକ ସମର୍ପିତ ହୃଦୟ ଭିତରେ ସମସ୍ତେ ମାଆ କୁ ଦର୍ଶନ କରିବେ l ମାଆ କୁ ଦୁଖ ଜଣାଇବେ, ମାଆ ର ପଣତକାନି ତଳେ ଟିକେ ଆଶ୍ରା ଲୋଡ଼ିବେ l ସେ ତ ମାଆ ପରି ମାଆଟିଏ l

ସେ ଦୁର୍ଗେ ଦୁର୍ଗତିନାଶିନୀ, ମାଆ ତାରିଣୀ, ମାଆ ଚର୍ଚିକା, ବିରଜା, କମଳା, ବିମଳା, ଭୈରବୀ, ସାରଳା, କିଚକେଶ୍ୱରୀ, ମା ଶ୍ୟାମା କାଳୀ, ଏହିପରି ଅନେକ ରୁପରେ ଧରାପୃଷ୍ଟକୁ ଆଗମନ କରୁଛନ୍ତି l ମା ସୃଷ୍ଟି, ସ୍ତିତୀ,ବିନାଶ ର ଆଧାର l  ଦେବୀ ଦୁର୍ଗା ମାଆ କଂ ମଧ୍ୟରେ ଆମେମାନେ ଅସୁରଘାତିନୀ ମହାଶକ୍ତି କୁ ଷଷ୍ଠୀ ଠାରୁ ଦଶମୀ ପାଂଚ ଦିନ ଧରି ପୁଜାକରୁ l ମାଆ ଧରାପୃଷ୍ଟକୁ ଆଗମନ କରିଛନ୍ତି  ଅନ୍ୟାୟ, ଅତ୍ୟାଚାର , ଓ ପାପୀ ମାନକୁଂ ବିନାଶକରି ଆମ୍ଭମାନକୁଂ ନ୍ୟାୟଦେବେ l ମହିଷା ଅସୁରପରି ନର ରାକ୍ଷସ ମାନକୁଂ ବଧକରି ଧରାପୃଷ୍ଟରେ ଶାନ୍ତି,ମୈତ୍ରୀ,ଏକତା ଓ ସଭିଙ୍କର ଓଠରେ ହସ ଖୁସି ଦେଇଯିବେ l ଯୁଗେ ଯୁଗେ ଧରାପୃଷ୍ଟକୁ ମାଆ ର ଆଗମନ l ଯେତେବେଳେ ଦୁନିଆଁ ରେ ପାପ ର ଭାର ବଢିଯାଏ ସେତେବେଳକୁ ମାଆ  ଧରାପୃଷ୍ଟକୁ ବିଭିନ୍ନ ଆକାରରେ ଆସିଥାଆନ୍ତି l ତେବେ ଆସନ୍ତୁ ସମସ୍ତେ ମାଆ ର ଆଗମନ କୁ ଅପେକ୍ଷା କରିବା l ମାଆ କୁ ହୃଦୟ ସହିତ ଧରାଧାମକୁ ସ୍ବାଗତ କରି ମାଆ କୁ ପୁଜାର୍ଚନା କରି ନିଜର ଦୁଖ ଜଣାଇ ପୂର୍ଣ୍ଣ ଅର୍ଜନ କରିବା l

Nalco
Leave A Reply