Odisha news

ଯୁଗେ ଯୁଗେ ମାଆ : ଶରତର ସ୍ଵଛ ଆକାଶ ,ଧରଣୀରେ କାଶତଣ୍ଡୀ ଫୁଲର ସମ୍ଭାର

0
ପ୍ରତାପ ଚନ୍ଦ୍ର ସାହୁ : ଶରତ ର ସ୍ଵଛ ଆକାଶ ,ଧରଣୀ ରେ କାଶତଣ୍ଡୀ ଫୁଲ ର ସମ୍ଭାର ଚାରିଆଡେ ନିର୍ମଳ ସ ଉନ୍ଦର୍ଯ୍ୟ ର ରାଜୁତି।ପ୍ରକ୍ରୃତି ରାଣୀ ଯାହାର ଆରାଧନା ପାଙି ନିଜକୁ ମଣ୍ଡିତ କରିଛି-ସେହି ଦିବ୍ୟପ୍ରଭା ଦେବୀ ଧରାକୁ ଅବତରଣ କରିବେ। ଏଇ ସମୟ ମାତ୍ରୃ ଆରାଧନା ର ସମୟ ।ଜଗଜ୍ଜନନୀ ମା ଦୂର୍ଗା ଧରାବତରଣ କରିସାରିଛନ୍ତି।ମା ଶକ୍ତି ସ୍ଵରୂପା ଅବତରି ଆସିଛନ୍ତି।ଶକ୍ତି ସହ ଦୟା ,ଖ୍ୟମା ,ଶାନ୍ତି ,ଓ କାନ୍ତି ରେ ମଣିଷ କୁ ମଣ୍ଡିତ କରିଥାନ୍ତି ମାଆ।ମଣିଷ ର ସମଗ୍ର ଜୀବନ ନିରବିଛିନ୍ନ ମାତ୍ରୃ ପୂଜା ରେ ପରିଣତ ହେଉ ।ହେ ବ୍ରହ୍ମ ସ୍ଵରୁପିଣି ମାଆ ତୁମେ ତ ସର୍ବଗ୍ୟଂ। ମାଆ ଦୂର୍ଗା ଦୁଖ ଓ ଦୂର୍ଗତି ନାଶୀନି। ନବରାତ୍ରୀ ରେ ମା ଦୂର୍ଗା ଙ୍କୁ ଶ୍ରଧାର ସହ ଉପାସନା କଲେ ନବଶକ୍ତି ପ୍ରାପ୍ତ ହୋଇଥାଏ । ଆଶ୍ଵିନ ଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ନବଦିନାତ୍ମକ ଦୂର୍ଗା ପୂଜା।ଏହାର ଅନ୍ୟ ନାମ ନବରାତ୍ର।ଦୂର୍ଗା ପୂଜାର ପାରମ୍ପାରିକ ବ୍ୟବସ୍ଥା ରେ ୧୬ ଦିନ ,୯ ଦିନ ,୫ଦିନ ,୩ଦିନ ,୨ଦିନ ଓ ୧ ଦିନ ପୂଜାର ବିଧାନ ରହିଛି।ସେ ସବୁ ମଧ୍ୟରେ ୯ ଦିନ ପୂଜା ଅଧିକ ଆଦ୍ରୃତ। ଏଥିରେ ନବ ଦୂର୍ଗା ଓ ନବ ପତ୍ରୀକା ପୂଜା ର ବିଧାନ ମଧ୍ୟ ରହିଛି।ଏଇ ସବୁ ପୂଜା ବିଧାନ ମଧ୍ୟ ରେ ନ ଅଟି କଳସ ରେନବ ଶକ୍ତି ର ଆବାହନ ଓ ପୂଜନ ବିଶେଷ ତାତ୍ପର୍ଯ୍ୟ ପୂର୍ଣ।ଏଇ ନ ଅଟି କଳସ ମଧ୍ୟ ରୁ ଆଠଟି ଆଠ ଦିଗରେ ସ୍ଥାପନ କରାଯିବାର ବିଧି ରହିଛି ଓ ଏହାର ମଧ୍ୟ ଭାଗରେ ଗୋଟିଏ କଳସ ସ୍ଥାପନ କରାଯାଇଥାଏ।ଏଇ ଆଠ ଟି ଦିଗ ହେଉଛି -ପୂର୍ବ ,ପଶ୍ଚିମ ,ଉତ୍ତର ,ଦଖିଣ ,ଓ ଐଶନ୍ୟ ,ଅଗ୍ନି ,ନୈରତ ,ଓ ବାୟୁ। ଏଇ ଆଠ କଳସ ଓ ମଧ୍ୟ କଳସ ରେ ନବ ଦେବୀ ବା ନବ ଶକ୍ତି ଅବସ୍ଥାନ କରିଥାନ୍ତି।ଏହି ଦେବୀ ମାନଙ୍କ ମଧ୍ୟରୁପୂର୍ବ କଳସ ରେ ବ୍ରାହ୍ମୀ ,ପଶ୍ଚିମ କଳସ ରେ ବାରାହୀ ,ଉତ୍ତର କଳସ ରେ ଚାମୁଣ୍ଡା ,ଦଖିଣ କଳସ ରେ
କ-ଉମାରୀ ଅବସ୍ଥାନ କରୁଥିବା ବେଳେ ଐଶନ୍ୟ କଳସ ରେ ମହାଲଖ୍ମୀ ,ଅଗ୍ନି କଳସ ରେ ମାହେଶ୍ଵରୀ ,ନୈରତ କଳସ ରେ ବୈଷ୍ଟ୍ନବୀ ଓ ବାୟୁ କଳସରେ ଈନ୍ଦ୍ରାଣୀ ଅବସ୍ଥାନ କରିଥାନ୍ତି।ମଧ୍ୟ ଭାଗ ରେ ଥିବା କଳସ ରେ ଶିବା ଅବସ୍ଥାନ କରିଥାନ୍ତି। ଶାରଦୀୟ ନବରାତ୍ର ରେ ଏହି ନବ ଶକ୍ତି ଙ୍କ ର ଆବାହନ ଓ ଉପାସନା ଫଳରେ ସେହି ସବୁ ଶକ୍ତି ର ଶୁଭାଶିଷ ମିଳିଥାଏ ।ଶାରଦୀୟ ନବ ରାତ୍ରୀ ରେ ବ୍ରହ୍ମାଣ୍ଡ ର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକ ଙ୍କର କ-ଉଣସି ଅନିଷ୍ଟ ହୋଇନ ଥାଏ। ଦେବୀ ଙ୍କ ର ନବ ଶକ୍ତି ଜାଗ୍ରତ କରିବା ଲାଗି ନବାଖ୍ୟରୀ ମନ୍ତ୍ର ଜପ କରିବା ପାଙି ପରାମର୍ଶ ଦିଆଯାଏ – ଓଂ ଐଂ ହ୍ରୀଂ କ୍ଲୀଂ ଚାମୁଣ୍ଡାୟୈ ବିଜେ। ଏହି ମନ୍ତ୍ର ର ପ୍ରତ୍ୟେକ ଅଖ୍ୟର ଦେବୀ ଙ୍କର ଗୋଟିଏ ଗୋଟିଏ ଶକ୍ତି ର ସ୍ଵରୂପ। ପ୍ରଥମ – ଶୈଳ ପୁତ୍ର ,ଦ୍ଵିତୀୟ – ବ୍ରହ୍ମ ଚାରିଣୀ ,ତ୍ରୃତୀୟ – ଚନ୍ଦ୍ର ଘଣ୍ଟେତି ,ଚତୁର୍ଥ – କୁଷ୍ମାଣ୍ଡେତି ,ପଚଂମ -ସ୍କନ୍ଦ ମାତେତି ,ଷଷ୍ଠ – କାତ୍ୟାୟନୀ ,ସପ୍ତମ – କାଳ ରାତ୍ରୀ ଚ ମହା ଗ-ଉରୀତିଚାଷ୍ଟକମ୍,ନବମ-ସିଧି ଦାତ୍ରୀ ଚ ନବ ଦୂର୍ଗା ପ୍ରକୀର୍ତ୍ତୀତା:।ଏପରି ନବ ଦୂର୍ଗା ଙ୍କୁ ନବ ରାତ୍ର ରେ ଆରାଧନା କରାଯାଏ।ଦୂର୍ଗା ପୂଜା ହେଉଛି -ଶକ୍ତି ଉପାସନା ର ପର୍ବ।ଶରତ ଓ ବସନ୍ତ ଏଇ ଦୁଇ ଋତୁ ରେ ଏହା ପାଳିତ ହୋଇଥାଏ। ଏବେ ଯେଙ ଦୂର୍ଗା ପୂଜା ପାଳନ କରାଯାଏ -ଶାରଦୀୟ ଦୂର୍ଗା ପୂଜା ରେ ନାମିତ। ଯେଙ ମାତ୍ରୃ ରୂପି ଧରୀତ୍ରୀ ର ଶସ୍ୟ ଆହାର କରି ମାନବ ଜୀବନ ଧାରଣ କରେ ସେହି ମାତ୍ରୃ ଶକ୍ତି ଙ୍କ ଉଦ୍ଦେଶ୍ୟ ରେ ଜନ-ମାନସ ବାସନ୍ତୀ ଦୂର୍ଗା ଙ୍କ ପୂଜା କରୁଥିବା ବେଳେ ,ସାର୍ବଜନୀନ ପୂଜା ଭାବେ ଶାରଦୀୟ ଦୂର୍ଗା ପୂଜା ହିଂ ଅଧିକ ଲୋକ ପ୍ରିୟତା ହାସଲ କରିପାରିଛି। ଭାରତ ର ପୁର ପଲ୍ଲୀ ରେ ଏହା ଜାକଜକମ ରେ ପାଳନ କରାଯାଏ।ଏହି ପବିତ୍ର ଦଶହରା ଦିବସରେ ପ୍ରଭୁ ଶ୍ରୀରାମ ଦେବୀ ଦୂର୍ଗା ଙ୍କୁ ସ୍ତୁତି କରି ରାବଣ ନିଧନ ଉଦ୍ଦେଶ୍ୟ ରେ ଲଙ୍କା ଯାତ୍ରା କରିଥିଲେ। ଏଣୁ ଏହାକୁ ବିଜୟା ଦଶମୀ ବୋଲି ମଧ୍ୟ କୁହାଯାଏ।ଆଦ୍ୟାଶକ୍ତି ଦୂର୍ଗା ସିଂହ ବାହିନୀ ଅତ୍ୟାଚାରୀ ଦାନବ ମହିଷାସୁର କୁ ବଧ କରି ଦେବତା ମାନଙ୍କର ମଙ୍ଗଳ ବିଧାନ କରିଥିଲେ ।ଦେବୀ ଙ୍କ ସହ ଏହି ଦାନବ ଙ୍କର ଏହି ଯୁଧ ରେ ଅନେକ ଅସୁର ଙ୍କର ନିପାତ ଘଟିଥିଲା। ମହିଷାସୁର ତ ମ୍ରୃତ୍ୟୁ ବରଣ କରିଥିଲା।ନବମି ରାତି ର ଅନ୍ଧକାର ସହ ତ୍ରୀଲୋକ ରୁ ଅମଙ୍ଗଳ ର ଛାୟା ଅପସରି ଗଲାପରେ ଶୁକ୍ଳ ଦଶମୀ ରେସବୁ ପ୍ରକାର ଶୁଭ କାର୍ଯ୍ୟର ଶୁଭାରାମ୍ଭ ହେଲା। ଏହି ଦିନ ଜଗତର ଦୁଖ ହରଣ ହୋଇଥିବାରୁ ଏହା ଦୁ ଖ ହା ଦଶମୀ ଭାବେ ମଧ୍ୟ ଖ୍ୟାତି ଲାଭ କରିଛି।ଦୂର୍ଗା ଙ୍କର ପରିଚୟ ତୈତ୍ତିରୀୟ ଆରଣ୍ୟକ ରୁ ମିଳେ ବୋଲି ପ୍ରବାଦ ଅଛି। ଦେବୀ ଙ୍କ ର ରୂପ -ତାଂ ଅଗ୍ନି ବର୍ଣାଂ ତପସଜ୍ଵଳନ୍ତାଂ ବୈରୋଚନାଂ କର୍ମ ଫଳେଷୁ ଜୁଷ୍ଟାମ୍। ଦୂର୍ଗା ଦେବୀ ଶରଣମ୍ ଅହଂ ପ୍ରପଦ୍ୟେ ,ସୁତରସି ତରସେ ନମ:।ଅର୍ଥାତ୍ ଅଗ୍ନି ବର୍ଣା ,ତପ: ପ୍ରଦୀପ୍ତା ,ସୂର୍ଯ୍ୟ-ଅଗ୍ନି କନ୍ୟା ,ଯେ କର୍ମ ଫଳ ର ପ୍ରାର୍ଥିତ ହୁଅନ୍ତି ,ଏପରି ଦୂର୍ଗା ଦେବୀ ଙ୍କର ମୁ ମରଣାପନ୍ନ ହେଉଛି।ହେ ସୁନ୍ଦର ରୂପୀ ତ୍ରାଣକାରୀଣୀ ତୁମକୁ କୋଟି କୋଟି ପ୍ରଣାମ। ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୁପେଣ ସଂସ୍ଥିତା। ଦେବୀ ଙ୍କର ଶକ୍ତି ଏକ ଚିରନ୍ତିନି ଶକ୍ତି।ଶକ୍ତି ପ୍ରଭାବରେ ଜୀବ ଜଗତ ସଚେତନ ଓ ଏହାର ଅଭାବ ରେ ସବୁକିଛି ଜଡ ବା ମୂକ।ଶକ୍ତି ଅଭାବରେ ଶିବ ମଧ୍ୟ ଶବ ବୋଲି କୁହାଯାଏ। ବ୍ରହ୍ମାଦି ଦେବଗଣ ଙ୍କ ଉତ୍ତର ରେ ଦେବୀ କହିଥିଲେ – ମୁ ପରମ୍ ବ୍ରହ୍ମ ସ୍ଵରୁପିଣି ହୋଇଥିଲେ ମଧ୍ୟ ନାନା ଦେବୀ ରୂପରେ ଆତ୍ମପ୍ରକାଶ କରି ସର୍ବତ୍ର ବିଦ୍ୟମାନ। ବିଶ୍ଵ ରେ ଯେତେବେଳେ ବି ଦାନବ ଜନିତ ବାଧା ଉତ୍ପନ ହେବ ,ନାନାବିଧ ରୂପରେ ଅବତୀର୍ଣ ହୋଇ ଦାନବ ର ବିନାଶ କରି ଏଇ ଜଗତ କୁ ଓ ଜଗତ ବାସୀ ଙ୍କୁ ରଖ୍ୟା ତଥା ଉଧାର କରିବି। ମନୁଷ୍ୟ ଶରୀର ରୁ ଆସୁରିକ ପ୍ରବ୍ରୃତ୍ତି ରମୂଳ ଉତ୍ପାଟନ କରି  ସତ୍ୟ,ସଦିଛ୍ଛା ଓ ସୁକର୍ମ କରିବାର ଶକ୍ତି ଦେ ମାଆ।ଏତିକି ମାଗୁଣି।
Nalco
Leave A Reply