Odisha news

ଶାରଦୀୟ ନବରାତ୍ରୀ ପୂର୍ବରୁ ନିଜ ଘର ଭିତରୁ ବାହାର କରନ୍ତୁ ଏହିସବୁ ଜିନିଷ, ନଚେତ ମିଳିବ ଅଶୁଭ ପରିଣାମ

0

ଚଳିତ ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ରହିବ l ନବରାତ୍ରି ରେ ମା ଜଗତଜନନୀ ଦୁର୍ଗା ଧରାପୃଷ୍ଠ କୁ ଅବତରଣ କରି ଥାଆନ୍ତି l ତେଣୁ ଏହା ପୂର୍ବରୁ ଆମେ ଘରକୁ ସଫା ସୁତୁରା କରିଥାଉ l କୁହାଯାଏ ଯେ ସଫା ସୁତୁରା ଘର ନରହିବା ଦ୍ୱାରା ଦେବୀଙ୍କ ପୂଜାରେ ମା ଖୁସି ହୋଇ ନଥାଆନ୍ତି l ଶାସ୍ତ୍ରର ମାନ୍ୟତା ଅନୁସାରେ ଶାରଦୀୟ ନବରାତ୍ରି ରେ ଘର ସଫା କରିବା ସମୟରେ କିଛିଟା ଜିନିଷକୁ ଘରୁ ବାହାର କରିଦେବା ଆବଶ୍ୟକ l

* ଛିଡା ଫଟା ଜୋତା ଚପଲ – ନବରାତ୍ରି ସମୟରେ ଯେତେବେଳେ ଆମେ ଘର ସଫା କରିଥାଉ ସେହି ସମୟରେ ଘରେ ଥିବା ଫଟା ପୁରୁଣା ଜୋତା ବାହାର କରିଦେବା ଆବଶ୍ୟକ l ଘରୁ ପୁରୁଣା ଫଟା ବାସନ ମଧ୍ୟ ବାହାର କରି ଦେବା ଉଚିତ l ଘରର କୌଣସି ଅଂଶରେ କୌଣସି ପ୍ରକାରର ଅଳିଆ ଆବର୍ଜନା ରଖିବା ଉଚିତ ନୁହେଁ l

* ଖଣ୍ଡିତ ମୂର୍ତି – ଯଦି ଘରେ କୌଣସି ଖଣ୍ଡିତ ମୂର୍ତି ରହିଛି ତାହାକୁ ନବରାତ୍ରୀ ରେ ପୂଜା କରିବା ଉଚିତ ନୁହେଁ l ନବରାତ୍ରି ପୂର୍ବରୁ ଏଭଳି ମୂର୍ତ୍ତିକୁ ପାଣିରେ ବିଧିବଧ ଭାବରେ ବିସର୍ଜନ କରିଦେବା ଆବଶ୍ୟକ l ଘରର ମନ୍ଦିରରେ ଥିବା ଏଭଳି ମୂର୍ତି ଦୁର୍ଭାଗ୍ୟର କାରଣ ହୋଇଥାଏ l

* ବନ୍ଦ ରହିଥିବା ଘଣ୍ଟା – ଯଦି ଆପଣଙ୍କ ଘରେ କୌଣସି ବନ୍ଦ କିମ୍ବା ଭଙ୍ଗା ଘଡି ରହିଛି ତାହାକୁ ତୁରନ୍ତ ଘରୁ ବାହାର କରିଦେବା ଆବଶ୍ୟକ l ଏହା ଘର ପାଇଁ ଖୁବ ଅଶୁଭ ହୋଇଥାଏ l ଏହା ଆମର ଉନ୍ନତିରେ ବାଧା ଆଣିଥାଏ l

* ବାସି ଖାଦ୍ୟ – ଏମିତିରେ ଖାଦ୍ୟ କୁ ବାସୀ କରି ସେବନ କରି ଫିଙ୍ଗିବା ଉଚିତ ନୁହେଁ l କାରଣ ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଦୁର୍ଗା ଙ୍କ କୃପାରୁ ବଂଚିତ ରହିଥାଉ l ତେଣୁ ଖାଦ୍ୟକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ l

Ad2
Leave A Reply