Odisha news

ମଦରାସା ରେ ଛାତ୍ର ମାନଙ୍କ ସହିତ ସାକ୍ଷାତ କଲେ ମୋହନ ଭାଗବତ, ଏହି ସମୟରେ ଶୁଣିବାକୁ ମିଳିଲା ଜୟ ହିନ୍ଦ ଓ ବନ୍ଦେ ମାତରଂ ଧ୍ୱନି

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ର ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିନ ଅଚାନକ ଦିଲ୍ଲୀ ସ୍ଥିତ କସ୍ତୁରବା ଗାନ୍ଧୀ ମାର୍ଗ ର ମସଜିଦ ରେ ପହଂଚି ଥିଲେ l ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ଏହି ସମୟରେ ସେ ଅଲ ଇଣ୍ଡିଆ ଇମାମ ଅର୍ଗାନାଇଜେସନ ର ମୁଖ୍ୟ ଉମର ଅହମଦ ଇଲିଆସି ଙ୍କୁ ସାକ୍ଷାତ କରିଥିଲେ l ଏହାପରେ ଭାଗବତ ମସଜିଦ ନିକଟରେ ଥିବା ମଦରାସା ରେ ପହଂଚି ପିଲା ମାନଙ୍କୁ ଭେଟି ଥିଲେ l ସୂଚନା ଯୋଗ୍ୟ ଯେ ମୁସଲମାନ ସମୁଦାୟ ଙ୍କ ସହିତ ସମ୍ପର୍କ ସାଧନ ର ଅଭିଯାନ ଅନୁସାରେ ଭାଗବତ ଙ୍କର ଏହି ଭ୍ରମଣ l ଏହି ସମୟରେ ସେ ଇମ୍ମାମ ଙ୍କ ସହିତ ପାଖାପାଖି ଏକ ଘଣ୍ଟା ଆଲୋଚନା କରିଥିଲେ l

ମିଟିଂ ପରେ ଇମାମ ଉମର ଅହମଦ ଇଲିଆସି ମୋହନ ଭାଗବତ ଙ୍କୁ ରାଷ୍ଟ୍ରପିତା ର ଆଖ୍ୟା ଦେଇଥିଲେ ଓ କହିଥିଲେ ଆରଏସଏସ ମୁଖ୍ୟ ତାଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଥିଲେ l ଏହି ସମୟରେ ଭାଗବତ ମଦରାସା ରେ ପଢ଼ୁଥିବା ପିଲା ମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ l ଏହି ସମୟରେ ଭାଗବତ ପିଲାଙ୍କୁ ପଚାରି ଥିଲେ ତୁମେମାନେ କଣ ପଢୁଛ ଓ ଜୀବନ ରେ କଣ କରିବାକୁ ଚାହୁଁଛ l ଏହି ସମୟରେ ଅନେକ ପିଲା ଡାକ୍ତର ଓ ଇଂଜିନିୟର ହେବେ ବୋଲି କହିଥିଲେ l ଇମାମି ଭାଗବତ ଙ୍କୁ କହିଥିଲେ ଯେ ଏଠାରେ ପିଲା ମାନଙ୍କୁ ଧାର୍ମିକ ଶିକ୍ଷା ସହିତ ଆଧୁନିକ ବିଷୟରେ ଶିକ୍ଷା ଦିଆ ଯାଉଛି l

ଆରଏସଏସ ମୁଖ୍ୟ ମଦରଶା ରେ ଥିବା ସମୟରେ ପିଲାମାନେ ଜୟ ହିନ୍ଦ ଓ ବନ୍ଦେ ମାତରଂ ନାରା ଲଗାଇ ଥିଲେ l ପିଲା ମାନଙ୍କ ସହିତ ଭାଗବତ ଙ୍କ ସାକ୍ଷାତ ସୌହାର୍ଦ୍ୟପୁର୍ଣ ଥିଲା l ଏହାପରେ ଭାଗବତ ପିଲା ମାନଙ୍କୁ କମ୍ପ୍ୟୁଟର ଉପରେ ଜ୍ଞାନ ଗ୍ରହଣ କରିବାକୁ କହିଥିଲେ ଯାହା ତାଙ୍କୁ ଭବିଷ୍ୟତ ରେ ସାହାଯ୍ୟ କରିବ l ଏହି ସାକ୍ଷାତ ସମୟରେ ପିଲା ମାନଙ୍କ ନିକଟରୁ ଭାଗବତ କୋରାନ ମଧ୍ୟ ଶୁଣିଥିଲେ l

Nalco
Leave A Reply