ଶାରଦୀୟ ନବରାତ୍ରି ର ଆରମ୍ଭ ଅକ୍ଟୋବର ୩ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର ୧୨ ତାରିଖ ରେ ସମାପ୍ତ ହେବ l ଏହି ସମୟରେ ଆଦିଶକ୍ତି ମାତା ଭଗବତୀ ଙ୍କର ୯ଟି ସ୍ୱରୂପ କୁ ପୂଜା କରାଯାଇ ଥାଏ l ସେଥିପାଇଁ ଏହାକୁ ଦୁର୍ଗାପୂଜା କୁହାଯାଏ l ଏହି ସମୟରେ ପ୍ରତ୍ୟେକ ହିନ୍ଦୁ ପରିବାର ରେ ଓ ପୂଜା ପେଣ୍ଡାଲ ଗୁଡିକ ରେ ସାଜସଜା ହୋଇ ମା ଦୁର୍ଗା ଙ୍କ ମୂର୍ତି କୁ ସ୍ଥାପନା କରାଯାଇ ଥାଏ l ଆମେ ସମସ୍ତେ ଜାଣିଚୁ ଯେ ମା ଦୁର୍ଗା ଙ୍କ ମୂର୍ତି ନିର୍ମାଣ ପାଇଁ ବେଶ୍ୟାଳୟ ର ମାଟିକୁ ପବିତ୍ର ମାଟି ଭାବରେ ଗ୍ରହଣ କରାଯାଇ ଥାଏ l
ମାନ୍ୟତା ଅନୁସାରେ ଯଦି ଦୁର୍ଗାପୂଜା ରେ ମୂର୍ତି ନିର୍ମାଣ ପାଇଁ ବେଶ୍ୟାଳୟ ର ମୂର୍ତ୍ତି ର ବ୍ୟବହାର ହୋଇନଥାଏ ତେବେ ଦୁର୍ଗା ଙ୍କ ମୂର୍ତି ଅଧୁରା ରହିଥାଏ l କେବଳ ଏତିକି ନୁହେଁ, ପୂଜକ କିମ୍ବା ମୂର୍ତ୍ତିକାର ମୂର୍ତି ପ୍ରସ୍ତୁତ ପାଇଁ ବେଶ୍ୟାଳୟ କୁ ମାଟି ଆଣିବାକୁ ଯାଇଥାଆନ୍ତି l ଏହାଛଡା ଜୀଏବି ମାଟି ମାଗିବାକୁ ଯାଉଛନ୍ତି ତାଙ୍କ ମନ ପବିତ୍ର ହୋଇଥିବା ଜରୁରୀ, ଏହାଛଡା ସମ୍ମାନପୂର୍ବକ ନତ ମସ୍ତକ ହୋଇ ବେଶ୍ୟାଳୟ ରୁ ମାଟି ଆଣିବା ଆବଶ୍ୟକ l ଏହାପରେ ଯେତେବେଳେ ବେଶ୍ୟl ମାଟି ଦେଇଥାଏ, ସେଥିରେ ମୂର୍ତି ନିର୍ମାଣ ହୋଇଥାଏ ଏବଂ ମୂର୍ତି ସମ୍ପୂର୍ଣ ଅଟେ ବୋଲି କୁହାଯାଏ l ବେଶ୍ୟା ଙ୍କ ସମୁଖରେ ମୁଣ୍ଡ ନୂଆଇଁ ମାଟି ମାଗିବା ଏହା ସନ୍ଦେଶ ଦେଇଥାଏ ଯେ ନାରୀ ଶକ୍ତି ଭାବରେ ସେମାନଙ୍କୁ ମଧ୍ୟ ସମାଜ ରେ ଉପଯୁକ୍ତ ସମ୍ମାନ ଦିଆଯାଉଛି l
ବେଶ୍ୟାଳୟ ର ମାଟି କାହିଁକି ଶୁଦ୍ଧ ?
ଶାସ୍ତ୍ର ଅନୁସାରେ ଘରର ସ୍ତ୍ରୀ ଲକ୍ଷ୍ମୀ ସ୍ୱରୂପା ଭାବରେ ଗ୍ରହଣ କରାଯାଇ ଥାଏ, ଯଦି କୌଣସି ପୁରୁଷ ନିଜ ପତ୍ନୀ କୁ ଛାଡି ବେଶ୍ୟାଳୟ କୁ ଯାଇଥାଏ ତେବେ ସେହି ପୁରୁଷ ର ସମସ୍ତ ପୁଣ୍ୟ ବେଶ୍ୟା ର ଅଗଣାରେ ରହିଯାଏ l ତେଣୁ ବେଶ୍ୟାଳୟ ର ଅଗଣା ର ମାଟି କୁ ପବିତ୍ର ବୋଲି ଗ୍ରହଣ କରାଯାଏ l କିନ୍ତୁ ବେଶ୍ୟାଳୟ ଭିତରକୁ ଯାଉଥିବା ପ୍ରତ୍ୟେକ ପୁରୁଷ ପାପର ଭାଗିଦାର ହୋଇଥାଏ l ଏହାଛଡା ଗଙ୍ଗାନଦୀ ର ମାଟି, ଗୋମୂତ୍ର, ଗୋବର ମଧ୍ୟ ମା ଦୁର୍ଗା ଙ୍କ ମୂର୍ତି ନିର୍ମାଣ ରେ କାର୍ଯ୍ୟରେ ଲାଗିଥାଏ l
କଣ ରହିଛି ପୌରାଣିକ କଥା ? –
ପୌରାଣିକ କଥା ଅନୁସାରେ ଏକଦା କିଛି ବେଶ୍ୟା ସ୍ନାନ କରିବାକୁ ଗଙ୍ଗାନଦୀ କୂଳକୁ ଯାଇଥିଲେ, ସେହି ସମୟ ରେ ସେଠାରେ କୁଷ୍ଠ ବ୍ୟାଧିରେ ପୀଡିତ ଜଣେ ବ୍ୟକ୍ତି ବସି ଥିବାର ଦେଖିଲେ l ଯିଏକି ଖୁବ କଷ୍ଟ ଓ ଯନ୍ତ୍ରଣା ରେ ପୀଡିତ ଥିଲା, ଏବଂ ସେ ସମସ୍ତ ଲୋକଙ୍କୁ ଅନୁରୋଧ କରୁଥିଲା ତାକୁ କେହି ଗଙ୍ଗା ସ୍ନାନ କରାଇ ଆଣନ୍ତୁ l କିନ୍ତୁ କେହି ତା କଥା ଶୁଣୁ ନଥିଲେ ଏବଂ ଦେଖୁ ନଥିଲେ l ଏହି ସମୟ ରେ ଏହି ବେଶ୍ୟା ମାନଙ୍କର ତା ଉପରେ ଦୃଷ୍ଟି ପଡିଥିଲା l ଏବଂ ସେମାନେ ତାକୁ ନେଇ ଗଙ୍ଗାସ୍ନାନ କରାଇଥିଲେ l ସେହି ବ୍ୟକ୍ତି ଜଣଙ୍କ ସ୍ୱୟଂ ମହାଦେବ ଥିଲେ l
ଏହାପରେ ମହାଦେବ ନିଜ ରୂପରେ ପ୍ରକଟ ହୋଇଥିଲେ ଏବଂ କିଛି ବରଦାନ ମାଗିବାକୁ କହିଥିଲେ l ଏବଂ ମହାଦେବ ତାଙ୍କୁ ଆଶୀର୍ବାଦ ଦେଇଥିଲେ ଯେ ଏହି ଧରାପୃଷ୍ଠ ରେ ଯେତେଦିନ ପର୍ଯ୍ୟନ୍ତ ମା ଶକ୍ତି ବା ଦୁର୍ଗା ଙ୍କ ମୂର୍ତି ନିର୍ମାଣ ହେବ ସେତେବେଳେ ବେଶ୍ୟାଳୟ ର ମାଟି ମୂର୍ତି ନିର୍ମାଣ ଅସମ୍ପୂର୍ଣ୍ଣ ରହିବ l