Odisha news

ଜିଲ୍ଲା ବିଜେଡି ଦଳିତ ସେଲ ପକ୍ଷରୁ ଖାଦ୍ୟ ପୁଡିଆ ବଟଂନ

0

ପଟ୍ଟାମୁଣ୍ଡାଇ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜେଡି ଦଳିତ ସେଲ ସଭାପତି ବିଧାୟକ ବିଷ୍ଣୁ ଚରଣ ଦାସ ମହାମାରୀ କରୋନା ଓ ମହାବାତ୍ୟା ଅମ୍ପନ ପ୍ରପୀଡିତ ଲୋକମାନଙ୍କୁ ସହାୟତା କରିବା ସହିତ ଲୋକମାନଙ୍କ ସୁଖଦୁଃଖରେ ଭାଗୀଦାର ହେବାକୁ ନିଦେ୍ର୍ଦଶ ଦେଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଦଳିତ ସେଲ ସଭାପତି ବାରେଣୀ ସେଠୀଙ୍କ ନେତୃତ୍ୱରେ ଜିଲ୍ଲା ଦଳିତ ସେଲ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କରୋନା ସଚେତନତା କାର୍ଯ୍ୟକ୍ରମ ଜୋରଦାର କରାଯିବା ସହିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ମାକ୍ସ ବଟଂନ କରାଯାଇଥିଲା ।

ସଂପ୍ରତି ମହାବାତ୍ୟା ଅମ୍ପନ ଯୋଗୁଁ ପଟ୍ଟାମୁଣ୍ଡାଇ ପୌର ପରିଷଦ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାର୍ମଶରେ ଜିଲ୍ଲା ବିଜେଡି ଦଳିତ ସେଲ ସଭାପତି ବାରେଣୀ ସେଠୀ, ପୂର୍ବତନ କାଉନସିଲର ମଳୟ ମଳିକ, ଦଳିତନେତା ସୁଶାନ୍ତ ମଳିକ, ଅନନ୍ତ ଜେନା, ଭୀମସେନ ବେହେରା, ମାନସ ସେଠୀ ପ୍ରମୁଖ ପୌରପରିଷଦର ୨୦ଟି ୱାର୍ଡରେ ବିପନ୍ନ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ବଟଂନ କରିଥିଲେ ।

Leave A Reply