ପଟ୍ଟାମୁଣ୍ଡାଇ ତା୨୧.୫- ସଂପ୍ରତି ସାମୁଦ୍ରିକ ଝଡବାତ୍ୟା ଅମ୍ପନ ଯୋଗୁଁ ପଟ୍ଟାମୁଣ୍ଡାଇ ପୌରପରିଷଦର ବିଭିନ୍ନ ଅଚଂଳରେ କ୍ଷୟକ୍ଷତି ଘଟିଛି । ବିପନ୍ନ ଲୋକମାନଙ୍କ ବାସହରା ବିଭିନ୍ନ ସ୍ଥାନରେ ମୁଣ୍ଡ ଗୁଞିବାକୁ ବାଧ୍ୟ ହୋଇଛନ୍ତି । ବିପନ୍ନ ଲୋକମାନଙ୍କ ଖାଦ୍ୟ ଓ ପାନୀୟ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ।
ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ବାତ୍ୟା ବିପନ୍ନ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଟଂନ କରାଯାଇଛି । ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ପ୍ରାକ୍ତନ ପୌରାଧ୍ୟକ୍ଷା ପ୍ରତିନିଧି ବୁଢା ଲେଙ୍କା, ଯୁବନେତା ବାପି ସାମଲ, ପବିତ୍ର ପାତ୍ର ଓ ରମେଶ ଜେନା ପ୍ରମୁଖ ଅଳଭା ସ୍କୁଲରେ ଆଶ୍ରୟ ନେଇଥିବା ବିପନ୍ନ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଟଂନ କରିଥିଲେ ।
