Odisha news

ଅମ୍ଫାନ ସାମୁଦ୍ରିକ ଝଡ ହେତୁ ପ୍ରଶାସନିକ ପ୍ରତିବନ୍ଧକରେ କମିଛି ପ୍ରବାସୀଙ୍କ ଯାତାୟତ

0

ବେତନଟୀ : ବୈଶିଙ୍ଗା ଥାନା ଅଧୀନ ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦେଇ ଫେରୁ ଥିବା ପ୍ରବାସୀ ମାନଙ୍କ ସଂଖ୍ୟା ହ୍ରାସ ପାଇଛି । ଆମ୍ଫାନ ସାମୁଦ୍ରିକ ଝଡ ହେତୁ ଓଡିଶାର ଗଞ୍ଜାମ ଜିଲ୍ଲା ଠାରୁ ଯାତାୟତ ଉପରେ ଲାଗି ଥିବା ପ୍ରତିବନ୍ଧକ ହେତୁ ଏହି ଯାତାୟତ କମି ଥିବାର ଅନୁମାନ କରା ଯାଉଛି ।ଏହାକୁ ନେଇ ବୈଶିଙ୍ଗା ଓ ବେତନଟୀ ପୋଲିସ ସହିତ ବେତନଟୀ ବ୍ଲକ ପ୍ରଶାସନର ମୁଣ୍ଡବ୍ୟଥା ସାମାନ୍ୟ କମିଛି । ଗୋଟିଏ ପଟେ ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା ମାନିବାକୁ ପ୍ରବାସୀ ମାନଙ୍କ ମଧ୍ୟରୁ କିଛି ଚିନ୍ତାରେ ଥିବା ବେଳେ ଆଗକୁ ଆସୁ ଥିବା ଇଦ-ଉଲ-ଫିତରରେ ନିଜ ପରିବାର ସହିତ ମାନିବାକୁ ଅନ୍ୟ କିଛି ତତ୍ପର ଥିବାର ଜଣା ପଡିଛି ।

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ପ୍ରବେଶ ଦ୍ୱାର କଳମା ଦେଇ କେବଳ ଯେ ମୟୂରଭଞ୍ଜ ଜିଲ୍ଲାର ପ୍ରବାସୀ ମାନେ ଆସୁଛନ୍ତି ତାହା ନୁହେଁ । ଏହି ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥ ଦେଇ ବିହାର, ଉତ୍ତର ପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଲୋକମାନେ ମଧ୍ୟ ଫେରୁ ଥିବାର ଦେଖା ଯାଇଛି । ଲକଡାଉନର ନିୟମ ସାମାନ୍ୟ କୋହଳ ହେବା ସହିତ ଟ୍ରକ ଟ୍ରଲର ସବୁ ଚାଲିବା ପରେ ଏହି ପ୍ରବାସୀ ମାନେ ବହୁ ସଂଖ୍ୟାରେ ଏଥିରେ ବୋଝେଇ ହୋଇ ଫେରୁ ଥିବାର ଦେଖା ଯାଇଛି । ଏମାନଙ୍କର ଦୟନୀୟ ଅବସ୍ଥା ଦେଖି ରାସ୍ତାରେ ପଡୁ ଥିବା ଜିଲ୍ଲା ଗୁଡିକର ପ୍ରଶାସନ ଓ ପୋଲିସ ମଧ୍ୟ ଏମାନଙ୍କ ପ୍ରତି କୋହଳ ନୀତି ଅବଲମ୍ବନ କରିଛି । ହେଲେ ସୁରତ, ତାମିଲନାଡୁ ଓ ଅନ୍ୟ କେତେକ ସ୍ଥାନରୁ ଫେରୁ ଥିବା ପ୍ରବାସୀ ମାନଙ୍କ ଉପରେ ନଜର ରଖିବାକୁ ପ୍ରଶାସନ ଓ ପୋଲିସ ବାଧ୍ୟ ହେଉଛନ୍ତି ।

Leave A Reply