ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଙ୍କ ଦ୍ୱାରା ଡ୍ରୋନ୍ ଯୋଗେ ଔଷଧ ସପ୍ଲାଏ ର କାର୍ଯ୍ୟକ୍ରମ ର ସଫଳ ଆରମ୍ଭ ହୋଇଛି l ବର୍ତମାନ ଅରୁଣାଚଳ ପ୍ରଦେଶ ରେ ସୁଦୂର ଗ୍ରାମ ଓ ବନାଞ୍ଚଳ ଗୁଡିକରେ ସୁବିଧା ଭାବରେ ଜନସାଧାରଣ ଙ୍କ ନିକଟରେ ଔଷଧ ପହଞ୍ଚା ଯାଇପାରିବ l ଅରୁଣାଚଳ ପ୍ରଦେଶ ଭାରତର ପ୍ରଥମ ରାଜ୍ୟ ଯେଉଁଠି ଜନସାଧାରଣଙ୍କ ପାଇଁ ଯୋଗାଇ ଦେଉଛି l ବିଶେଷ କଥାଟି ହେଉଛି ଏହି କାର୍ଯ୍ୟକ୍ରମ ସ୍ବଦେଶୀ ଡ୍ରୋନ୍ ଉପଯୋଗ ରେ କରାଯାଇଛି l
ମିଳିଥିବା ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶରେ ଡ୍ରୋନ୍ ଦ୍ୱାରା ଔଷଧ ସପ୍ଲାଇ ହୋଇଛି ବନାଞ୍ଚଳ ଓ ଗ୍ରାମାଞ୍ଚଳ ର ଅଧିବାସୀ ମାନଙ୍କୁ ଏହାର ସୁବିଧା ଯୋଗାଇବା ପାଇଁ l ଏହି କାର୍ଯ୍ୟକ୍ରମ ପୂର୍ବ ଅରୁଣାଚଳ ପ୍ରଦେଶ ରୁ ଆରମ୍ଭ ହୋଇଛି l ଏହି ଅବସରରେ ଅରୁଣାଚଳ ପ୍ରଦେଶ ର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଥିଲେ l ଅରୁଣାଚଳ ସରକାରଙ୍କ ପକ୍ଷରୁ ମଧ୍ୟ କୃଷି, ବନ୍ୟା ବିପତି, ସ୍ୱାସ୍ଥ୍ୟସେବା ଭଳି ଜରୁରୀ କାର୍ଯ୍ୟରେ ଡ୍ରୋନ୍ ର ବ୍ୟବହାର କରିବେ ବୋଲି କହିଛନ୍ତି l ଏହି ପରିଯୋଜନାର ମୁଖ୍ୟ ଉଦେଶ୍ୟ ହେଲା ଲୋକଙ୍କ ପାଖରେ କିଭଳି ସହଜରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିବ l