Odisha news

ତାଳଚେରରେ କୋଇଲା ଓ ବିଭିନ୍ନ ସାମଗ୍ରୀ ପରିବହନ ଠପ୍‌

0

ତାଳଚେର ତା ୧୫/୦୩ ଓଡ଼ିଶା ଡ଼୍ରାଇଭର ମହାସଂଘ ପକ୍ଷରୁ ୧୦ଦଫା ଦାବିକୁ ନେଇ ଆଜି ଆନ୍ଦୋଳନ କରିବା ଫଳରେ ଶିଳ୍ପନଗରୀ ଅଂଚଳ ତାଳଚେର ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ରାଜରାସ୍ତାରେ କୌଣସି ଟ୍ରକ ଚଳାକଳ କରୁନଥିବା ଦେଖିବାକୁ ମିଳିନଥିଲା । କୋଇଲା ଖଣିରୁ ଟ୍ରକ ଯୋଗେ କୋଇଲା ବାହାରକୁ ରପ୍ତାନୀ ହୋଇପାରି ନାହିଁ । ଦୈନନ୍ଦିନ ପ୍ରାୟ ୫ହଜାରୁ ଉର୍ଦ୍ଧ୍ୱ ଟ୍ରକରେ ଖଣି ଗୁଡ଼ିକରୁ କୋଇଲା ବାହାରକୁ ରପ୍ତାନୀ କରାଯାଇଥାଏ ମାତ୍ର ଆଜି ଏହା ସମ୍ପୁର୍ଣ୍ଣଭାବେ ବନ୍ଦ ରହିଥିଲା । ସେହିଭଳି ଘର ଉପକରଣ ବାଲି, ଇଟା, ସିମେଂଟ୍‌, ଛଡ଼, ମାଟି ଇତ୍ୟାଦି ପରିବହନ ହୋଇନଥିବା ଦେଖିବାକୁ ମିଳିଥିଲା । ତାଳଚେର ଅଂଚଳର ଚାଳକମାନେ ବାଇପାସ୍ ଛକ ଓ ବିଭିନ୍ନ ସ୍ଥାନ ମାନଙ୍କରେ ୧୦ଦଫା ଦାବିନେଇ ଆଜି ସକାଳୁ ଶାନ୍ତିପୂର୍ଣ୍ଣଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଭାରୀଯାନ ଚଳାଚଳକୁ ବନ୍ଦ କରିଦେଇଥିବା ବେଳେ ଜରୁରୀ ସେବାରେ ଗାଡ଼ି ଗୁଡ଼ିକୁ ଛାଡ଼ି ଦେଇଥିଲେ । ତେବେ ଆନ୍ଦୋଳନ ଏପରିଭାବେ ଆଗାମୀ ଦିନରେ ଜାରି ରହିଲେ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାରଙ୍କର ବିପୁଳ ରାଜସ୍ୱ କ୍ଷତି ହେବା ସହିତ ସାଧାରଣ ଲୋକମଧ୍ୟ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କାକୁୁ ଏଡ଼ାଇ ଦିଆଯାଇ ନପାରେ ।  ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ହୋଇଗଲେ ଖଣି ଗୁଡ଼ିକରେ ପାହାପର୍ବତ କୋଇଲା ଗଦାହୋଇ ରହିଲେ ଆପେ ଆପେ କୋଇଲାରେ ନିଆଁ ଲାଗି ପାଉଁଶ ହୋଇଯିବା ସହ ବାୟୁମଣ୍ଡଳକୁ ଉତପ୍ତ କରିବା ନେଇ ଆଶଙ୍କା ବୃଦ୍ଧି ପାଇଛି ।

Leave A Reply