ଓଡିଶା ଡ୍ରାଇଭର ମହାସଂଘ ଦ୍ଵାରା ଅନୁବନ୍ଧିତ ଧରାକୋଟ ବ୍ଲକ୍ ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଡ୍ରାଇଭର ଦିବସ ପାଳନ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ସୁରେଶ କୁମାର ସିଂହ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ପାଦକ ପ୍ରଭାକର ମୁନି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି ଅବସରରେ ସଂଘ୍ ତରଫରୁ ସ୍ଥାନୀୟ ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନିକଟସ୍ଥ ବାଲ୍ମିୀକେଶ୍ୱର୍ ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ସହ ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମର ବୃଦ୍ଧ ତଥା ଅସହାୟ ଡ୍ରାଇଭର ଙ୍କୁ ଚାଉଳ,ରାସନ୍ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଜିର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଘର ଲୋଗୋ ଥିବା ପୋଷାକ ପିନ୍ଧିବା, ଟ୍ରାଫିକ ନିୟମ ମାନିବା, ମଦ୍ୟ ପାନ କରି ଗାଡି ଚାଳନା ନକରିବା, ସିଟ ବେଲଟ ପିନ୍ଧିବା ଓ ଯାତ୍ରୀ ସୁବିଧା ଉପରେ ଦୃଷ୍ଟି ଦେବା ଓ ବରିଷ୍ଠ ନାଗରିକ,ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନେଇ ସମସ୍ତ ଡ୍ରାଇଭର ଶପଥ ପାଠ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବ୍ଲକର ପ୍ରାୟ ପାଞ୍ଚ ଶହ ଡ୍ରାଇଭର ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ସମସ୍ତେ ନଗର ପରିକ୍ରମା କରିଥିଲେ ।