ମୁମ୍ବାଇ, ୧୮ା୮ (ଏଜେନ୍ସି) : ଆଗାମୀ ୩ବର୍ଷ ପାଇଁ ଡି୍ରମ୍ସ ଇଲେଭେନ୍ ଆଇପିଏଲ୍ର ନୂଆ ଟାଇଟଲ ପ୍ରାୟୋଜକ ଅଧିକାର ହାସଲ କରିଛି । ତେବେ ଆସନ୍ତାବର୍ଷ ଭିଭୋ ପୁଣି ଆଇପିଏଲ୍କୁ ଫେରିବ କି ନାହିଁ ତାହା ଉପରେ ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଡି୍ରମ୍ସ ଇଲେଭେନ୍ ପ୍ରାୟୋଜକ ଅଧିକାର ନିର୍ଭର କରୁଛି । ଯଦି ଭିଭୋ ଇଣ୍ଡିଆ ପୁଣି ପ୍ରତ୍ୟାବର୍ତ୍ତନ କରେ, ତେବେ ଡି୍ରମ୍ସ ଇଲେଭେନ୍କୁ ଗୋଟିଏ ସଂସ୍କରଣ ପରେ ଆଇପିଏଲ୍ ସହ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ । ଯଦି ଭିଭୋ ନଫେରେ, ତେବେ ୨୦୨୨ ପର୍ଯ୍ୟନ୍ତ ଡି୍ରମ୍ସ ଇଲେଭେନ୍ ପ୍ରାୟୋଜକ ଅଧିକାର ବଜାୟ ରଖିବ । ବିଡିଂ ପ୍ରକି୍ରୟାରେ ଡି୍ରମ୍ସ ଇଲେଭେନ୍ ୩ବର୍ଷ ପାଇଁ ଭିନ୍ନ ଭିନ୍ନ ଅର୍ଥ ରାଶି ପ୍ରସ୍ତାବ ଦେଇଥିଲା । ପ୍ରଥମ ୨୨୨ କୋଟି, ଦ୍ୱିତୀୟ ୨୪୦ କୋଟି ଏବଂ ତୃତୀୟ ବର୍ଷ ପାଇଁ ୨୪୦ କୋଟି । ତେବେ ହାରାହାରି ବାର୍ଷିକ ୨୩୪ କୋଟି ଟଙ୍କା ଡି୍ରମ୍ସ ଇଲେଭେନ୍କୁ ଆଇପିଏଲ୍ର ଟାଇଟଲ ପ୍ରାୟୋଜକ ଭାବେ ବିସିସିଆଇକୁ ଦେବାକୁ ପଡ଼ିବ । ଆଇପିଏଲ୍କୁ ଆକର୍ଷଣୀୟ କରିବାକୁ ପ୍ରାୟୋଜକ ପ୍ରକି୍ରୟାରେ ଟାଟା ସନ୍ସ ବିଡିଂ କରିଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଇ-ଲର୍ଣ୍ଣିଂ ବା ଅନ୍ଲାଇନ୍ ଶିକ୍ଷା ଷ୍ଟାର୍ଟଅପ୍ ବାଇଜୁ ଏହି ବିଡିଂରେ ସାମିଲ ହୋଇଥିଲା ।