Odisha news

ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠିତ

ନବରଙ୍ଗପୁର(କେ.ସାକିଲି ଦୋରା)—ସମଗ୍ର ନବରଙ୍ଗପୁର ଜିଲ୍ଲାରେ  ବାଲ୍ୟ ବିବାହ ର  ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ  ଡଃ ଅଜିତ କୁମାର ମିଶ୍ର  ଆରମ୍ଭ କରିଛନ୍ତି  ଅନ୍ଵେଷା ଅଭିଯାନ।  କମ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ   ବୁଝାଇ  କିଶୋରୀ ମାନଙ୍କର  ପ୍ରତିଭାକୁ  ବିକଶିତ କରିବା  ହେଉଛି  ଅନ୍ଵେଷା ଅଭିଯାନ ର ମୂଳ ଉଦେଶ୍ୟ । ଜିଲ୍ଲାରେ  ବାଲ୍ୟ ବିବାହ ର  ସମାପ୍ତ ଉଦ୍ଦେଶ୍ୟରେ ଅନ୍ଵେଷା ଅଭିଯାନ  ମାଧ୍ୟମରେ ହେଉଥିବା କାର୍ଯ୍ୟକ୍ରମରେ  ଆଉ ପାଦେ ଆଗକୁ ବଢିଛି ଜିଲ୍ଲା ପ୍ରଶାସନ ।  କିଶୋର  କିଶୋରୀ ମାନଙ୍କୁ  ସଶକ୍ତ  କରାଇବା  ସହିତ ବାଲ୍ୟ ବିବାହ କୁ ରୋକିବା ଦିଗରେ ଆଜି ମିଶନଶକ୍ତି ସଭାଗୃହ ଠାରେ  ବାଳିକା ମାନଙ୍କୁ  ନେଇ ଜିଲ୍ଲାସ୍ତରୀୟ  ବାଲ୍ୟବିବାହ ପ୍ରତିରୋଧ ମଞ୍ଚ  ଗଠିତ ହୋଇଯାଇଛି । ଆଜି ଜିଲ୍ଲାର ୧୦ ଗୋଟି ବ୍ଲକରେ  ବାଳିକା ମଣ୍ଡଳୀର  ୫୦ ଜଣ ସଖୀ ଓ ସହେଲି  ମାନଙ୍କୁ ନେଇ ଗଠିତ ଏହି ଜିଲ୍ଲାସ୍ତରୀୟ ମଞ୍ଚ କୁ  ଜିଲ୍ଲାପାଳ  ଡଃ ଅଜିତ କୁମାର ମିଶ୍ର   ଉପସ୍ଥିତ ରହି ଆନୁଷ୍ଟାନିକ ଭାବେ ସ୍ଵୀକୃତି ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ  ଆୟୋଜିତ ସଭରେ,ଭାଗ ନେଇ   ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ   ସ୍ଵର୍ଣ୍ଣଲତା ବିଶ୍ବାସ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ  ଯୋଜନାବଦ୍ଧ କାର୍ଯ୍ୟକ୍ରମ   ପ୍ରସ୍ତୁତ   କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେବା ସହିତ  ବର୍ତ୍ତମାନ ଜିଲ୍ଲାରେ ୨୦୨  ଗୋଟି  ବାଲ୍ୟ ବିବାହ ରୋକାଯିବା ସହିତ ୫୯୫ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର  ଜଣାଇ ଥିଲେ । ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ  ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥଲେ ।  ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ , ଉପ ଜିଲ୍ଲାପାଳ ଅକ୍ଷୟ ସୁନୀଲି ଅଗ୍ରୱାଲ, ଡି ଏସ  ପି  ଜୟକୃଷ୍ଣ ବେହେରା  ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ ,  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ,  ୟୁନିସେଫର ପରାମର୍ଶଦାତା ସନ୍ତୋଷ ବେହେରା, ଡ଼ିଆ ଇ ପି ଆର ଓ  ହଲଧର ନିଆଲ , ସିଡିପିଓ ଗୀତା ମହାରଣା , ବିନୋଦିନୀ ପଟ୍ଟନାୟକ ,ସୁନିତା ଦେବୀ ତ୍ରିପାଠି,ସରୋଜିନୀ ରଥ, ଯମୁନା ଭତ୍ରା ,ଶଇରେନ୍ଦ୍ରି ମହାନନ୍ଦ ,ଦୀପ୍ତି ରାଣୀ ସିଂ , ସୁପର ଭାରରରଇଜର   ସସ୍ମିତା ମହାନ୍ତି, ତ୍ରିଷ୍ଣା  ବୈଦ୍ୟ ,ସଞ୍ଜୁକ୍ତା ବେହେରା ,ବିନୀତା ଜେଠି,ସୁଦର୍ଶନୀ ରଥ  ମମତା ସଂଯୋଜକ ବିସୋଜିତି ମହାନ୍ତି ପ୍ରମୁଖ  ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟବିବାହ ପ୍ରତିରୋଧ ମଞ୍ଚର  ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ  ନିଜର ମତାମତ ପ୍ରଦାନ କରିଥିଲେ  । ଶେଷରେ  ସହାୟକ  ସମାଜ କଲ୍ଯାଣ ଅଧିକାରୀ  ନରହରି ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.