Odisha news

ନବରଙ୍ଗପୁର : କ୍ରୀଡ଼ା ଦିବସ ରେ ଏକଦିବାସୀୟ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ

ନବରଙ୍ଗପୁର (କେ.ସାକିଲି ଦୋରା।)—ଜିଲ୍ଲା କ୍ରୀଡ଼ା ସଂଘ ଅନୁକୂଲ୍ୟରେ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଷ୍ଟାଡିୟୁମ ଠାରେ ଏକଦିବାସୀୟ  ଆନ୍ତଃ କ୍ଲବ ଫୁଟବଲ  ଟୁର୍ଣାମେଣ୍ଟ ର ଆୟୋଜନ କରାଯାଇଥିଲା। ଉଡଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ, ସମ୍ନାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂଘ ର ସମ୍ପାଦକ ପ୍ରହଲାଦ ତ୍ରିପାଠୀ ଯୋଗ  ଦେଇଥିଲେ। ସଙ୍ଘର ଉପସଭାପତି ଏମ. ବାଳାକୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ,ସାଂସଦ ପ୍ରତିନିଧି ସୁନୀଲ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।   ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ହରେକୃଷ୍ଣ ପଣ୍ଡା, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ସଭ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଫାଇନାଲରେ ଘଟରଳା ଦଳ ଷ୍ଟାଡିୟମ ଦଳକୁ ୪-୨  ଗୋଳରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ଏହି ଅବସରରେ ନବରଙ୍ଗପୁର ଏବଂ ଉମରକୋଟ  ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ ମହିଳା ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେହିପରି ପେନକୋକ ସିଲାଟ ଅନୁଷ୍ଠାନ ପକ୍ଷରୁ କୁନି କୁନି ଛାତ୍ର ଛାତ୍ରୀ ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ।  ଅମୀମାଂସିତ ଭାବରେ ଉକ୍ତ ଖେଳଟି ସମାପ୍ତ ହୋଇଥିଲା। ଆଜିର ଖେଳକୁ ଦୁର୍ଯ୍ୟ ହରିଜନ, ଫିରୋଜ ହିଆଲ, ବି., ଯୋଗେଶ କୁମାର, ହରି ସାନ୍ତା, ମାନସ ଉଦିତ କୁମାର ଗଦବା ଏବଂ ଲାଲୁ ହରିଜନ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବିତରଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବହୁ ପୁରାତନ ଖେଳାଳି ଯୋଗ ଦେଇଥିଲେ।

Comments are closed.