Odisha news

ଦିନ କୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି ଆଇସିଡ଼ିଏସ ର ୧୬ ଲକ୍ଷ ୨୮ ହଜାର ଟଙ୍କା ହଡପ ମାମଲା

ଦୁଇ ବର୍ଷ ରେ ୭ ଟି ଚେକ ରେ ୧୬ ଲକ୍ଷ ୨୯ ହଜାର ଡ୍ରାଇଭର ବୈକୁଣ୍ଠ କୁ ଦେଇଛି ଆଇସିଡ଼ିଏସ କାର୍ଯ୍ୟାଳୟ।

 ବୋରିଗୁମ୍ମା(କେ.ସାକିଲି ଦୋରା)—ବୋରିଗୁମ୍ମା ଆଇସିଡ଼ିଏସ କାର୍ଯ୍ୟାଳୟ ରୁ ୧୬ ଲକ୍ଷ ୨୮ ହଜାର ଟଙ୍କା ହଡପ ଉଦ୍ୟମ ମାମଲା ଦିନ କୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି।ଜୁଲାଇ ୧୪ ତାରିଖରେ ରେ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଏହି ଘଟଣା ସାମ୍ନା କୁ ଆସିଥିଲା। ଖବର ପ୍ରସାରଣ ପରେ ଜୁଲାଇ ୧୫ ତାରିଖ ରେ ନିଜର ସୁରକ୍ଷା ପାଇଁ  ଜାଲ ଦସ୍ତକରି ଡ୍ରାଇଭର ବୈକୁଣ୍ଠ ଲକ୍ଷାଧିକ ଟଙ୍କା  ହଡପ  ଉଦ୍ୟମ କରିଥିବା ନେଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ ତତ୍କାଳୀନ ସିଡ଼ିପିଓ ପ୍ରତିମା ରାଉଳ।
ଏନେଇ ବୋରିଗୁମ୍ମା ଥାନାରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି ବୋରିଗୁମ୍ମା ପୋଲିସ। ଏତଲା ପରେ ୨୭ ଦିନ ହେଲା ଫେରାର ଅଛନ୍ତି ଡ୍ରାଇଭର ବୈକୁଣ୍ଠ ଚରଣ ଜେନା। ପୋଲିସ ର ତନାଘନା ଜାରୀ ରଖି ଥିବା ବେଳେ ଆଜି କାର୍ଯ୍ୟାଳୟ ରୁ କେଶ ବୁକ,ଚେକ ବୁକ, ଚେକ ରେଜିଷ୍ଟ୍ରର  ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର କୁ ଜବତ କରିଛନ୍ତି ବୋରିଗୁମ୍ମା ଏସଡ଼ିପିଓ ହରେକୃଷ୍ଣ ମାଝୀ ,ଓ ଏସ ଆଇ ଶ୍ରୀକାନ୍ତ ସାହୁ।ଏତିକି ବେଳେ ପୁଣି ପୋଲିସ ହାତରେ ଲାଗିଛି ସଙ୍ଗିନ ତଥ୍ୟ।ଆଳୁ ଖୋଳୁ ଖୋଳୁ ବାହାରୁଛି ମହାଦେବ।ବୋରିଗୁମ୍ମା ଆଇସିଡିଏସ କାର୍ଯ୍ୟାଳୟ ରୁ  କେବଳ ଗୋଟିଏ ଚେକ ରେ ୧୬ ଲକ୍ଷ ୨୮ହଜାର ଟଙ୍କା ଲୁଟ ର ଉଦ୍ୟମ ନୁହେଁ ବରଂ ପୂର୍ବରୁ ମଧ୍ୟ  ବୈକୁଣ୍ଠ ଙ୍କ ନାମରେ ୭ଟି ଚେକ ରେ ପାଖ ପାଖି ୧୬  ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା  ଡ୍ରାଇଭର ବୈକୁଣ୍ଠ ଜେନା ନାମରେ ଦିଆ ଯାଇଥିବା ଚେକ ବୁକ ରୁ ସ୍ୱଷ୍ଟ  ହୋଇଛି।
ବୋରିଗୁମ୍ମା  ବ୍ଳକ ର ଆଇ ସି ଡ଼ି ଏସ କାର୍ଯ୍ୟାଳୟ ରୁ ୧୬ ଲକ୍ଷ ୨୮ ହଜାର ଟଙ୍କା ହଡପ ଉଦ୍ୟମ ମାମଲା  ରେ ବୈକୁଣ୍ଠ ଜେନା ଗତ ୦୧.୦୭.୨୧ ତାରିଖରେ ଆକ୍ସିସ ବ୍ୟାଙ୍କ ଚେକ ନମ୍ବର ୦୦୦୯୮୪ ତାରିଖ ୩୦.୦୬.୨୦୨୧ ଥିବା ଚେକ ଟଙ୍କା ହଡପ ପାଇଁ ଉଦ୍ୟମ କରିଥିଲେ ।   ୧୯୯୨ ମସିହାର ୩୦ବର୍ଷ ର ପୁରଣା  ମହିନ୍ଦ୍ରା ଜିପିସି OR10 -0266 ଗାଡି, ଗତ ୪ ରୁ ୫ବର୍ଷ ହେଲା ଆଇସିଡଏସ କାର୍ଯ୍ୟାଳୟ ର ଗେରେଜ ରେ ଖତ ଖାଉଛି। ଏହି ଗାଡି କୁ  ଗତ ୦୨.୦୫.୨୦ ରେ  ଗାଡି କୁ ନଦେଖି  ଫିଟନେଶ ପ୍ରମାଣପତ୍ର ଦେଇ ଆକ୍ଟିଭ ଥିବା  ଦର୍ଶାଉଛି କୋରାପୁଟ RTO କାର୍ଯ୍ୟାଳୟ।  ବିନା ଟୁର ଡାଇରୀ, ବିନା ଲଗବୁକ ରେ  ଗାଡି ର ତେଲ ଖର୍ଚ୍ଚ ଓ ମରାମତି ଖର୍ଚ୍ଚ ଦର୍ଶାଇ  ଗତ ଦୁଇ ବର୍ଷ ମଧ୍ୟରେ ୭ଟି ଚେକ ରେ ଡ୍ରାଇଭର ବୈକୁଣ୍ଠ ଜେନା ଙ୍କୁ ଦିଆଯାଇଛି ୧୬ ଲକ୍ଷ ୨୯ ହଜାର ଟଙ୍କା।ତାହାର ପ୍ରମାଣ ହେଉଛି କାର୍ଯ୍ୟାଳୟ ର କେସବୁକ ଓ ଚେକବୁକ।
ଏସବୁ ଲାଗିଛି ବୋରିଗୁମ୍ମା ପୋଲିସ ହାତରେ। ବୈକୁଣ୍ଠ ଙ୍କ ନାମରେ ଗତ ୭.୧୨.୧୮  ରେ ୨୦ ହଜାର, ୨.୩.୧୯ ଏକ ଲକ୍ଷ ୯୦ ହଜାର ,୧୮.୭.୧୯ ରେ ୬୯ହଜାର ,୨୯.୧୦.୧୯ ରେ ୬୦ହଜାର ,୭.୯.୨୦ ରେ ୩ଲକ୍ଷ ୯୦ହଜାର,୭.୧୦.୨୦ ରେ ୪ଲକ୍ଷ ଓ ୨୯.୧୦.୨୦ ରେ ୫ଲକ୍ଷ  ଟଙ୍କା ଦେଇଛି କାର୍ଯ୍ୟାଳୟ। ଗ୍ୟାରେଜ ରେ ଥିବା ଗାଡି ନାମରେ ଗତ ଦୁଇ ବର୍ଷ ରେ ୧୬ ଲକ୍ଷ ୨୯ ହଜାର ଟଙ୍କା ଉଠାଯାଇଛି।ଏହାକୁ ନେଇ ପୋଲିସ ଏବେ ତନାଘନା କରୁଥିବା ଜଣାଯାଇଛି।
ଘଟଣା ସମ୍ପର୍କରେ ବର୍ତ୍ତମାନ କ୍ୟାସିଅର ପବିତ୍ର ଜେନା ମୁହଁ ଖୋଲୁ ନାହାନ୍ତି। ଘଟଣା ସମ୍ପର୍କ ରେ କିଛି ଜାଣି ନାହିଁ କି ଗାଡି କି ବି ଏପର୍ଯ୍ୟନ୍ତ ଦେଖିନି ବୋଲି କହିଛନ୍ତି ନୂତନ  ଭାବେ ଦାଇତ୍ୱ ନେଇଥିବା CDPO ଗାୟତ୍ରୀ ବାହିନୀପତି। ଗତ ଦୁଇ ବର୍ଷ ମଧ୍ୟରେ ଡ୍ରାଇଭର  ବୈକୁଣ୍ଠ ଙ୍କ ନାମରେ କଟାଯାଇଥିବା  ସମସ୍ତ ଚେକ ରେ ଥିବା ଅଧିକାରୀ ଙ୍କ ଦସ୍ତଗତ ଓ ଜାଲ ଦସ୍ତଗତ ହୋଇଥବା ଚେକ  ଅଧିକାରୀ ଙ୍କ ଦସ୍ତଗତ କୁ ମିଶୁଛି କି ନାହିଁ ତାହା ତଦନ୍ତ ପରେ ସ୍ୱଷ୍ଟ ହୋଇଯିବ ବୋଲି ପୋଲିସ କହିଛି। ଆବଶ୍ୟକ ହେଲେ ଅଭିଯୋଗକାରିଣୀ ତତ୍କାଳୀନ ସିଡ଼ିପିଓ ଶ୍ରୀମତୀ ରାଉଳ ଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାଯାଇଛି।ICDS କାର୍ଯ୍ୟାଳୟ ରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ର ଭିଜିଲାନ୍ସ ତଦନ୍ତ ହେଲେ ଏହାର ସତ୍ୟା ସତ୍ୟ ବାହାର କୁ ଆସିପାରିବ ବୋଲି ସ୍ଥାନୀୟ ବୁଦ୍ଧି ଯିବି ମହଲରେ ଦାବି ହୋଇଛି।

Comments are closed.