ନବରଙ୍ଗପୁର (କେ.ସାକିଲି ଦୋରା)— ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଗତ ୬ ତାରିଖ ଦିନ ଦୁଇ ପରିବାର ଙ୍କ ମଧ୍ୟରେ କୌଣସି କାରଣ କୁ ନେଇଁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ! ଏଥିରେ ରୁଷି କର୍କରା ନାମକ ୨୭ ବର୍ଷୀୟ ଯୁବକଙ୍କ ଛୁରା ମାଡ଼ରେ ମୁନା ଭତରା (୩୦ ବର୍ଷ) ଗୁରୁତୁର ହୋଇ ପଡ଼ିଥିଲେ ! ଗୁରୁତର ମୁନା ଙ୍କୁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥୁଲା ! ମୁନା ଭତରାଙ୍କ ମା ମରିଚମତି ଭତରା ତୁମନାଥ, ଓ ରୁଷିଙ୍କ ସମେତ ଅନ୍ୟ ଦୁଇଜଣ ମହିଳାଙ୍କ ନାମରେ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ ।ତେନ୍ତୁଳିଖୁଣ୍ଟି ପୁଲିସ ଅଭିଯୋଗ ଅନୁଯାୟୀ ରୁଷି ଏବଂ ତୁମନାଥ କର୍କରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ମୁନା ଭତରାଙ୍କ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତ୍ର ତିନି ଘଣ୍ଟା ସମୟରେ ମୃତ୍ୟୁ ପରେ କେଶଟି ଭିନ୍ନ ମୋଡ଼ ନେଇଛି ! ତେବେ ଆହତ ମୁନାଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ରୁଜୁ ହୋଇଥୁବା ବେଳେ ବର୍ତ୍ତମାନ ହତ୍ୟା ମାମଲାରେ ପରିଣତ ହୋଇଥିବା ତେନ୍ତୁଳିଖୁଣ୍ଟି ଆଇ ଆଇ ସି ପ୍ରମୋଦ ନାୟକ ସୂଚନା ଦେଇଛନ୍ତି !
ପୁଲିସ ସୂଚନା ମୁତାବକ କୁର୍ମାକୋଟ ଗ୍ରାମର ମୁନା ଭତରା ଏବଂ ତୁମନାଥ କର୍କରା ଙ୍କ ପରିବାର ମଧ୍ୟରେ କୌଣସି ବିଷୟକୁ ନେଇଁ ବଚସା ହୋଇଥିଲା ! ତେବେ ରୁଷି କର୍କରା ଏବଂ ତାଙ୍କ ବାପା ତୁମନାଥ କର୍କରା ମୁନା ଭତରା ଙ୍କ ଘରକୁ ଯାଇ ଗଣ୍ଡଗୋଳ କରିଥିଲେ ! ଗଣ୍ଡଗୋଳ ସମୟରେ ରୁଷି ଏକ ଛୁରା ଦ୍ୱାରା ମୁନା ଭତରା ଙ୍କୁ ଛାତି ପାର୍ଶ୍ୱରେ ଆକ୍ରମଣ କରିଥିଲେ ! ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମୁନାଙ୍କୁ ତେନ୍ତୁଳିଖୁଣ୍ଟି ହସ୍ପିଟାଲ ରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଏବଂ ପରେ କୋରାପୁଟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା !କୋରାପୁଟ ହସ୍ପିଟାଲ ରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ପଠାଯାଇଥୁବା ବେଳେ ଗତକାଲି ରାତ୍ର ତିନି ଘଣ୍ଟା ସମୟରେ ମୁନା ଙ୍କ ମୃତ୍ୟୁବରଣ ହୋଇଛି ! ଏନେଇଁ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୧୦୫ / ୨୦୨୧ ଅନୁଯାୟୀ ରୁଜୁ ହୋଇଥୁବା କରାଯାଇଛି। ବିଶାଖାପାଟଣା ରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ ବୋଲି ପୁଲିସ ସୂଚନା ଦେଇଛି ! ଆଇ ଆଇ ସି ପ୍ରମୋଦ କୁମାର ନାୟକ କେଶର ତଦନ୍ତ କରୁଛନ୍ତି ।
Comments are closed.