Odisha news

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ପର୍ଯ୍ୟାଲୋଚନା କମିଟି ସମ୍ମିଳନୀ-୨୦୨୧ ଅନୁଷ୍ଠିତ

ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଅଶୋକ ମେହେଟା ଠାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପର୍ଯ୍ୟାଲୋଚନା କମିଟି ସମ୍ମିଳନୀ –  ୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଶେଷ କରି ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ବାର୍ଷିକ କାର୍ଯ୍ୟ ଖସଡ଼ା କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ନିୟମିତ ଭାବରେ ହେଲମେଟ ତନଖି କରିବା ସହିତ  ନିୟମିତ ଯାଞ୍ଚ କରିବା ପାଇଁ  ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ନିର୍ଦ୍ଧେଶ ଦେଇଥିଲେ । ନିୟମିତ ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କୁ ଛିନ୍ନଟ କରି, ସେହି ସ୍ଥାନରେ ମାନଙ୍କରେ ଦୁର୍ଘଟଣା ଜନିତ ସତର୍କ ସୂଚନା ଫଳକ ସମସ୍ତ ଜନସାଧାରଣ ଙ୍କ ଅବଗତ ନିମନ୍ତେ ସ୍ଥାପନା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ନବରଙ୍ଗପୁର, ବିଭୁ ରଞ୍ଜନ ନାୟକ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଉପ ଆରକ୍ଷୀ ଅଧିକ୍ଷକ, ନବରଙ୍ଗପୁର ଙ୍କ ସହିତ ସମସ୍ତ କମିଟି ସଭ୍ୟ ଉପସ୍ଥିତ ଥିଲେ।
IEC 2 years

Comments are closed.