ବୋରିଗୁମ୍ମା (କେ.ସାକିଲି ଦୋରା ) ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ପଂଚାୟତରେ ଖେଳ ପଡିଆ ନ ଥିବାରୁ ଯୁବ ଗୋଷ୍ଟି କୌଣସି ଖେଳ ଖେଳି ପାରୁ ନାହାଁନ୍ତି। ଏଣୁ ଆଉଁଳି ଗ୍ରାମର ଯୁବ ଗୋଷ୍ଟି ସ୍ଥାନୀୟ ବିଡିଓ ମହାଶୟ ଙ୍କୁ ଆଉଁଳି ଗ୍ରାମରେ ଏକ ଖେଳ ପଡିଆ ନିର୍ମାଣ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଦାବିପତ୍ର ପ୍ରଦାନ ସକାଶେ ବ୍ଲକ କୁ ନ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ରେ ପଂଚାୟତ ନିର୍ବାହୀ ଅଧିକାରୀ କୈଳାସ ନାୟକ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଯୁବ ଗୋଷ୍ଠୀ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟ ର ପଶ୍ଚିମ ପଟେ ସରକାର ଙ୍କ ୫ ଏକର ଜାଗା ରହିଛି। ସେହି ସ୍ଥାନରେ କିଛି ବ୍ୟକ୍ତି ଚକ୍ରାନ୍ତ କରି ନୀଳଗିରି ଗଛ ଲଗାଇ ପାଇଁ ଚାହୁଁଛନ୍ତି। ଏଣୁ ବ୍ଲକ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସେହି ଖାଲି ସ୍ଥାନରେ ଖେଳ ପଡିଆ ନିର୍ମାଣ କଲେ ଆଉଁଳି ଯୁବ ଗୋଷ୍ଠୀ ଉପକୃତ ହେବେ। ଦାବିପତ୍ର ପ୍ରଦାନ ସମୟରେ ଆଉଁଳି ଗ୍ରାମର କରେଶ ନାୟକ, ରାଜୁ ନାୟକ, ଧନୁର୍ଜୟ ନାୟକ, ସାନ ବାବୁ ନାୟକ, ବିନୋଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
