Odisha news

ଛାମୁଣ୍ଡା ରେ ପଞ୍ଚୁଦଣ୍ଡ ପାଳିତ

0
ଜଗନ୍ନାଥ ପ୍ରସାଦ :5/3 : ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ନିବାସୀ ରାମଚନ୍ଦ୍ର ସାହୁ ଙ୍କ ମାନସିକ କ୍ରମେ ଛାମୁଣ୍ଡା ଗ୍ରାମରେ ରେ 5ତାରିଖ ବୁଧବାର ଦିନ ମହାସମାରୋହରେ ମା କାଳୀ ଙ୍କ ମହାମିଳନ ପର୍ବ ପଞ୍ଚୁଦଣ୍ଡ ପାଳିତ ହୋଇ ଯାଇଛି l ଏ ନେଇ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳ ରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା l ବୁଧବାର ସକାଳ ୮ ଘଣ୍ଟା ସମୟରେ ମେଡିକାଲ ଛକ ରେ ପାଞ୍ଚ ଦଣ୍ଡ ଥଳ ଙ୍କୁ ବରଣ କରାଯାଇଥିଲା l
ଦିବା ଘ.୧୧.୩୦ମି ସମୟରେ ଗ୍ରାମର ନିମ ସାହି, ମହୁଲ ସାହି,ବଡ଼ଦାଣ୍ଡ, ବାରିସାହି ସମେତ କର୍ତ୍ତା ଶ୍ରୀ ସାହୁ ଙ୍କ ଘର ସମୁଖରେ  ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା l ଅପରାହ୍ନ ଘ.12.30 ମି. ରେ ଶିବମନ୍ଦିର ନିକଟ ପୁରୁଣା ବନ୍ଧରେ  ପାଣିଦଣ୍ଡ  ହେବା ସହ ସନ୍ଧ୍ୟା ରେ ସବୁଠାରୁ ବିଶେଷ ଆକର୍ଷଣ କର୍ତ୍ତା ଙ୍କ ଘର ସମୁଖ ଠାରେ ପାଞ୍ଚ ଦଣ୍ଡର ଏକ ମହା ମିଳନ ଆୟୋଜନ ହୋଇଥିଲା l ରାତ୍ର 8 ଘଟିକାରେ ଅଗ୍ନି ଦଣ୍ଡ ପଟୁଆର ସହ ଗ୍ରାମ ପରିଭ୍ରମଣ ହୋଇଥିଲା l 6 ତାରିଖ ଗୁରୁବାର ଦିନ ସକାଳେ ଯାତ୍ରା ସମାପନ ହୋଇଥିଲା l
ଏଥିରେ ଛାମୁଣ୍ଡା, ଏ କରଡ଼ାବାଡ଼ି, ବଣପଲ୍ଲୀ, ଡାକରାବାଡ଼ି, ପନ୍ତିଖାରୀ ଅଞ୍ଚଳ ର ଦଣ୍ଡ ନୃତ୍ୟ ଦଳ ଯୋଗ ଦେଇ ନିଜ ନିଜ ର ଦଣ୍ଡ ପରିବେଷଣ କରିଥିଲେ l ଏହି ପଞ୍ଚୁ ଦଣ୍ଡ ସମାରୋହ ଅବସରରେ ଛାମୁଣ୍ଡା ର ଯୁବଗୋଷ୍ଠୀ ଓ ସ୍ବେଛାସେବୀ ନିଜସ୍ୱ ଭାବେ ପଣା ବଣ୍ଟନ କରିଥିଲେ l ହଜାର ହଜାର ଭକ୍ତ ଙ୍କ ସମାବେଶ କୁ ଦୃଷ୍ଟି ରେ ରଖି ସ୍ଥାନୀୟ ପୋଲିସ ବିଭାଗ ତରଫରୁ ସମଗ୍ର ଅଞ୍ଚଳ ରେ କଡା କଡ଼ି ପେଟ୍ରୋଲିଂ ର ବ୍ୟବସ୍ଥା କରାଯାଇଥିବା ରୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇଥିଲା l
Leave A Reply