Odisha news

କୁକୁର ମାଂସରେ ଖାଦ୍ୟ ସମସ୍ୟା ସମାଧାନ

0

ଉତ୍ତର କୋରିଆ : ଉତ୍କଟ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ କଠୋର ଆଦେଶ ଜାରି କରି ଦେଶବାସୀଙ୍କୁ ସେମାନଙ୍କ ପୋଷା କୁକୁର ସରକାରୀ ଖାଦ୍ୟ ଉଦ୍ୟୋଗକୁ ସମର୍ପି ଦେବା ପାଇଁ କହିଛନ୍ତି । କିମ୍‌ଙ୍କ ଏପରି ପଦକ୍ଷେପର ଉଦ୍ଦେଶ୍ୟ ଜନତାଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷକୁ ଶାନ୍ତ କରିବା । କାରଣ ଏବେ ଦେଶରେ ଆର୍ଥିକ ସ୍ଥିତିରେ ଅବନତି ସହିତ ଖାଦ୍ୟାଭାବ ଚିନ୍ତାର ବିଷୟ ହୋଇଛି । ସରକାରୀ ଅଫିସର୍‌ମାନେ ଘର ଘର ବୁଲି ପୋଷା କୁକୁର ଚିହ୍ନଟ କରୁଛନ୍ତି । କେତେକ କୁକୁରଙ୍କୁ ସରକାରୀ ଚିଡ଼ିଆଖାନାକୁ ପଠାଇ ଦିଆଯାଉଛି ତ କେତେକଙ୍କୁ କୁକୁର ମାଂସ ରେସ୍ତୋରæôକୁ ବିକ୍ରି କରିଦିଆଯାଉଛି । ଜୁଲାଇରେ ଏହି ଆଦେଶ ଦିଆଯାଇଥିଲା । ସାଧାରଣ ଲୋକେ ଘୁଷୁରୀ ଆଦି ପଶୁ ପାଳୁଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀ ଓ ଧନୀ ଲୋକ ପୋଷା କୁକୁର ରଖିଥାନ୍ତି । ଉନ୍‌ଙ୍କ ଏପରି ପଦକ୍ଷେପରେ କୁକୁର ମାଲିକମାନେ ଦୁଃଖୀ ହେଲେହେଁ ଆଦେଶ ମାନିବା ଛଡ଼ା ଗତ୍ୟନ୍ତର ନାହିଁ । ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ୨ କୋଟି ୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଉତ୍ତର କୋରିଆର ୬୦% ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଖାଦ୍ୟ ନାହିଁ ।

Leave A Reply