Odisha news

ଭାଗ୍ୟ ଶାଳୀ କୁକୁର : କୁକୁର ପାଇଁ ପ୍ରାଇଭେଟ୍ ଯେଟ୍

0
ନୂଆଦିଲ୍ଲୀ : ଆଜିକାଲି ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ପ୍ରାଇଭେଟ୍ ଯେଟ ବ୍ୟବହାର କରୁ ଥିବାର ଶୁଣିବାକୁ ମିଳୁଛି । ନିକଟରେ ସେହିଭଳି ଗୋଟିଏ ଖବର ଅଷ୍ଟ୍ରେଲିଆ ରୁ ଆସିଚି । ଅଷ୍ଟ୍ରେଲିଆ ର ଜଣେ ଦମ୍ପତି ଙ୍କ କୁକୁର ନ୍ୟୁଜିଲାଣ୍ଡ ରେ ଫସି ରହିଛି । ଯାହାକୁ ସେମାନେ କ୍ରିଶ୍ ମାସ ଅବସର ରେ ଘରକୁ ଆଣିବାକୁ ଚାହୁଁଛନ୍ତି । କିନ୍ତୁ କୋଭିଡ୍ ୧୯ ଯୋଗୁଁ ସୀମା ବନ୍ଦ୍ ଅଛି । ଏପରି ସ୍ଥିତି ରେ ଉକ୍ତ ଦମ୍ପତି ଗୋଟିଏ ପ୍ରାଇଭେଟ୍ ଯେଟ୍ ସାହାଯ୍ୟ ରେ ହଜାର ହଜାର ଡଲାର ଖର୍ଚ୍ଚ କରି ନିଜ କୁକୁର ଟିକୁ ଘରକୁ ନେବାକୁ ଇଚ୍ଛା ରଖିଛନ୍ତି । କୁକୁର ଟିର ନାମ ମଞ୍ଚକିନ , ଯାହାକୁ ସେମାନେ ଇଣ୍ଡୋନେସିଆ ର ବାଲି ରୁ ଆଣିଥିଲେ । ଏହି ଦମ୍ପତି ଙ୍କ ଘର ଅଷ୍ଟ୍ରେଲିଆ ର ସନ୍ ସାଇନ୍ କୋଷ୍ଟ ରେ ଅବସ୍ଥିତ ଏବଂ ଏଠାକୁ ଫ୍ଳାଇଟ ବାଧିତ ଅଟେ ।
କୁକୁରର ମାଲିକାଣୀ କହିଛନ୍ତି ଯେ ମୁଁ ମଞ୍ଚାକିନ ନିକଟରୁ ପାଞ୍ଚ ମାସ ହେଲା ଦୂରରେ ରହିଛି । ତେଣୁ ମୁଁ ଗୋଟିଏ ପ୍ରାଇଭେଟ୍ ଯେଟ୍ ଭଡ଼ାରେ ନେବାକୁ ଇଚ୍ଛା ରଖିଛି । ଆମ ପାଇଁ କ୍ରୀସ୍ ମାସ ର ଗୋଟିଏ ବିଶେଷ ପର୍ବ ଅଟେ , ତେଣୁ ଆମେମାନେ ସମସ୍ତେ ମିଳିତ ଭାବରେ ଏହାକୁ ପାଳନ କରିବାକୁ ଚାହୁଁଛୁ ।
ଉକ୍ତ ଦମ୍ପତି ଏହି ଫ୍ଲାଇଟ୍ ର ୪ ଟି ସିଟ୍ ବିକ୍ରି କରି ଏଥିରେ ନିଜ କୁକୁରକୁ ଆଣିବାକୁ ବ୍ୟବସ୍ଥା କରିବେ ବୋଲି ଆଶା ରଖିଛନ୍ତି ।
Leave A Reply