Odisha news

ନାକରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ପଚାଶ ବର୍ଷ ପରେ ନାକରୁ ବାହାରିଲା ଅଦଦ୍ଭୁତ ଜିନିଷ , ଡାକ୍ତର ଦେଖିହେଲେ ଆଶ୍ଚର୍ଯ୍ୟ

0

ଏଭଳି ଏକ ଘଟଣା ଘଟିଛି ରୁଷରେ l ଜଣେ 59 ବର୍ଷ ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଗଲେ ଓ କହିଲେ ସେ ତାଙ୍କ ଡାହାଣ ନାକରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି l ଡାକ୍ତର ଯେତେବେଳେ ସେହି ବ୍ୟକ୍ତିଙ୍କୁ ପରୀକ୍ଷା କଲେ ଜାଣିବାକୁ ପାଇଲେ ସେହି ବ୍ୟକ୍ତିଙ୍କ ନାକରେ ଗୋଟେ ମୁଦ୍ରା ରହିଯାଇଛି ଯାହାଦ୍ୱାରା ସେହି ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି l

ଡାକ୍ତର ଯେତେବେଳେ ସେହି ବ୍ୟକ୍ତିଙ୍କୁ ପଚାରିଲେ ଆପଣଙ୍କ ନାକ ଭିତରକୁ ଏହି ପଇସା କେମିତିଆସିଲା ସେ ତାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ କଲାଭଳି କଥା କହିଲେl ଯେତେବେଳେ ସେ ୬ ବର୍ଷର ଥିଲେ ତାଙ୍କ ନାକ ଭିତରେ ଗୋଟେ ପଇସା ରହି ଯାଇଥିଲା ଓ କାଳେ ଏକଥା କହିଲେ ତାଙ୍କ ମା ତାଙ୍କୁ ଗାଳିଦେବେ ଭୟରେ ସେ ଏକଥା ମା ଙ୍କୁ କହିଲେ ନାହିଁ ଏବଂ କାଳକ୍ରମେ ସେ ଏକଥା ଭୁଲିଗଲେ l

ଏହାପରେ ବ୍ୟକ୍ତି ଜଣକ ଦୀର୍ଘ ପଛ ବର୍ଷ ହେବ ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧାର ସମ୍ମୁଖୀନ ହୌଇନଥିଲେ l ପଚାଶ ବର୍ଷ ବୟସରେ ଯେତେବେଳେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧାର ହେଲା ସେ ଡାକ୍ତରଙ୍କ ଗଲେ ଓ ଡାକ୍ତର ତାଙ୍କ ନାକ ସ୍କାନିଂ କରି ଜାଣିବାକୁ ପାଇଲେ ନାକରେ ଗୋଟେ ମୁଦ୍ରା ପଶିକିରହିଛି ଏବଂ ଅଟେ ବର୍ଷ ହେଲା ନାକରେ ଏହି ମୁଦ୍ରା ରହିବ ଦ୍ୱାରା ମୁଦ୍ରା ଚାରିପାଖରେ ପଥର ହେଲାଭଳି ଆବରଣ ହେଇଛି l ତୁରନ୍ତ ଡାକ୍ତର ତାଙ୍କ ତାଙ୍କ ନାକର ଅପରେସନ କରି ସ୍ୱେମୁଦ୍ରକୁ ବାହାରକରିଲେ l ବର୍ତମାନ ସେ ଭଲଭାବରେ ନିଶ୍ୱାସ ନେଉଛନ୍ତି l

Leave A Reply