Odisha news

କରୋନା କୋଭିଡ-୧୯ର ଚିକିତ୍ସା ନିମନ୍ତେ ନିଯୁକ୍ତି ପାଇଲେ ୭ ଜଣ ଆୟୁଷ ଡାକ୍ତର

0

ଅନୁଗୁଳ: ସାଂମ୍ପ୍ରତିକ ପରିସ୍ଥିତିରେ କରୋନା କୋଭିଡ-୧୯ ମହାମାରୀର ସଠିକ୍ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଗତକାଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ କରେନା କୋଭିଡ-୧୯ ର ଚିକିତ୍ସା ନିମନ୍ତେ ୭ ଜଣ ଆୟୁଷ ଡାକ୍ତରଙ୍କ ନିଯୁକ୍ତି ନିମନ୍ତେ ଏକ ସାକ୍ଷାତ୍କାର ମାଧ୍ୟମରେ ୪ ଜଣ ହୋମିଓପ୍ୟାଥି ଓ ୩ ଜଣ ଆୟୁର୍ବେଦ ଡାକ୍ତରଙ୍କୁ ଚୟନ କରାଯାଇଛି ।

ପ୍ରକାଶ ଥାଉକି ଏହା ପୂର୍ବରୁ ଜିଲ୍ଲାରେ କରୋନା କୋଭିଡ-୧୯ର ଚିକିତ୍ସା ନିମନ୍ତେ ୧୬୭ ଜଣ ପାରାମେଡିକାଲ ଷ୍ଟାଫ୍ଙ୍କୁ ଜୁନ୍ ମାସ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଥିଲା । ଗତକାଲି ଅନୁଷ୍ଠିତ ସାକ୍ଷାତ୍କାର ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରତାପ କୁମାର ବେହେରା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଦିଲିପ କୁମାର ପଟ୍ଟନାୟକ, ସମ୍ବଲପୁର ଜିଲ୍ଲା ହୋମିଓପାଥି ଅଧିକାରୀ ଡା.ତ୍ରିନାଥ ବାରା, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଲାଓଚନ୍ଦ୍ର ତନ୍ତି ଓ ଡେପୁଟି କଲେକ୍ଟର ସୁବ୍ରତ ବେହେରା ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ । ଏହି ସାକ୍ଷାତ୍କାର ପାଇଁ ୧୪ ଜଣ ଆବେଦନକାରୀ ଆସିଥିଲେ ।

Leave A Reply