ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ମୂଷାପାପୁଲି ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି । ତେବେ ପୁଲିସ ଡେରିରେ ପହଁଚିଂବା ଯୋଗୁଁ ଆହତ ମାନଙ୍କୁ ପ୍ରାୟ ୧ ଘଟାଂ ପରେ ଉଦ୍ଧାର କରାଯାଇ ପାରିଥିବା ଜଣାପଡିଛି । ସୂଚନା ଅନୁସାରେ ଅନୁଗୁଳ ପଟରୁ ସମ୍ବଲପୁର ଆଡକୁ ଯାଉଥିବା ଏକ ଟ୍ରଲର ବିପରୀତ ଦିଗରୁ ଆସୁଥିବା ଏକ ମିନିଟ୍ରକ ସହ ସନ୍ଧ୍ୟା ୬ଟା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ଉଭୟ ଗାଡିରେ ଥିବା ୨ ଜଣ ଆହତ ହୋଇଥିବା ବେଳେ ଟ୍ରଲରର ଡ୍ରାଇଭର ଗାଡିରେ ଚାପି ହୋଇ ରହିଥିଲା । ସ୍ଥାନୀୟ ଲୋକ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ପୁଲିସ ବିଳମ୍ବରେ ପହଁଚିଂବା ଯୋଗୁଁ ସ୍ଥାନୀୟ ଲୋକ ନିଜେ ଆହତ ମାନଙ୍କୁ ଗାଡିରୁ ଉଦ୍ଧାରୁ କରିଥିଲେ । ତେବେ ବିଳମ୍ବରେ ପୁଲିସ ଘଟଣା ସ୍ଥଳକୁ ପହଁଚିଂ ଥିଲେ ମଧ୍ୟ ଆମ୍ବୁଲାନ୍ସ କିନ୍ତୁ ଆସି ନଥିଲା । ପୁଲିସ ଗାଡିରେ ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।