Odisha news

ବଅଁରପାଳ ସେବାଶ୍ରମ ରୁ କ୍ୱାରେଟାଂଇନ ଅବଧି ସମାପ୍ତ କରି ୨୬ ପ୍ରବାସୀ ଫେରିଲେ ଜଳେଶ୍ୱର

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସେବଶ୍ରମ ବିଦ୍ୟାଳୟ ଠାରେ ଥିବା କ୍ୱାରେଟାଂଇନ ଗୃହରୁ ଆଜି ୨୬ ଜଣ ପ୍ରବାସୀ ନିଜ ଗୃହକୁ ପ୍ରତ୍ୟାବର୍ତନ କରିଛନ୍ତି । ସୂଚନା ମୁତାବକ ସେମାନେ ଏଠାରେ କ୍ୱାରେଟାଂଇନରେ ଥିବା ବେଳେ ନିଜର କ୍ୱାରେଟାଂଇନ ଅବଧି ପୂରଣ କରିଛନ୍ତି ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜଳେଶ୍ୱର ଅଭିମୁଖେ ଯାତ୍ରା ବ୍ୟବସ୍ଥା କରାଯାଇଛି । ସେମାନେ ଆଜି ଜଳେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ଗୁରୁବାର ଦିନ ଅନୁଗୁଳ ଜିଲ୍ଲା ଖମାର ଠାରେ ତାମିଲନାଡୁରୁ ୧୯ ଜଣ ଲୋକ ଆସି ପହଁଚିଂଛନ୍ତି । ଯଦି ତାମିଲନାଡୁର କିଛି ପ୍ରବାସୀ ଶ୍ରମିକ ଅନୁଗୁଳ ରେ ଫସି ରହିଛନ୍ତି ତେବେ ସେମାନଙ୍କୁ ସେହି ଗାଡିରେ ପଠାଯାଇ ପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply