ଭୁବନ : ଢେଙ୍କାନାଳ ଜିଲ୍ଲାକୁ ପର୍ଯ୍ୟାୟ କ୍ରମେ ଫେରୁଛନ୍ତି ପ୍ରବାସୀ ଓଡିଆ । କୋଭିଡି୧୯ ର ଗଡନୃସିଂହପ୍ରସାଦ ପଚାଂୟତର ପଳାଶପିଠିଆ ଉଚ୍ଚବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଫେରିଛନ୍ତ ୬ ଜଣ ପ୍ରବାସୀ ଓଡିଆ । ଏବେ ବି ବଂଚିଛି ମାନବିକତା । ଓଡିଆର ଆତିଥେୟତା । ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବିଡିଓ ଦାଦନ ଶ୍ରମିକଙ୍କୁ ଦୁବ୍ୟବହାର କରିବା ପ୍ରସଙ୍ଗ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସମୟରେ ଢେଙ୍କାନାଳ ଜିଲା୍ଲ ର ଜଣେ ସରପଚଂ ନିଜର ପ୍ରବାସୀ ଓଡିଆ ବନ୍ଧୁ ମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଛନ୍ତି । ଲକଡାଉନ ଯୋଗୁ ପଶ୍ଚିମବଙ୍ଗରେ ପଶି ରହିଥିବା ୬ ଜଣ ପ୍ରବାସୀ ଓଡିଆ ଏକ ମିନ ବସ ଯୋଗେ ଫେରିଛନ୍ତି ।
ଢେଙ୍କାନାଳ ଜିଲା ପ୍ରବାସୀ ଓଡିଆଙ୍କ ନିମନ୍ତେ ବିଭିନ୍ନ ସ୍ତରରେ ପୁରାତନ ବିଦ୍ୟାଳୟଟି ନବ ବଧୁ ବେଶରେ ସଜାଇ ହୋଇଛି । ଭୁବନ ବ୍ଲକ ଗଡନୃସିଂହପ୍ରସାଦ ପଚାଂୟତକୁ ଫେରିଥିଲେ । ଛଅ ଜଣଙ୍କର ଘର ବିଭିନ୍ନ ପଚାଂୟତରେ ହେଲେ ବି ସମସ୍ତଙ୍କୁ ଗଡନୃସିଂହପ୍ରସାଦ ପଚାଂୟତର ସରପଚଂ ତପନ କୁଅଁର , ବିଜୁ ଯୁବ ବାହିନୀର ବ୍ଲକ ସଂଯୋଜକ ମୈତ୍ରୀରଂଜନ ଜେନା ସ୍ୱାଗତ କରିଥିଲେ । ଅପରାହ୍ନ ୩.୩୫ରେ ପହଁଚିବା ପରେ ସମସ୍ତଙ୍କୁ କିଟ ପ୍ରଦାନ କରାଯାଇଥିଲା । ୬ ଜଣଯାକ କଲିକତା ଫେରନ୍ତା । ସମସ୍ତେ କଲିକତାର ଗୋଟିଏ ସ୍ଥାନରେ ରହିଥିବା ଜଣାଇଛନ୍ତି । ନିଜସ୍ୱ ଖର୍ଚ୍ଚରେ ଏକ ଟ୍ରାଭେଲ୍ସ ଗାଡି ଭଡା କରି ନିଜ ଭିଟା ମାଟିକୁ ଫେରିଛନ୍ତି ।
ସେମାନେ କିଭଳି ସୁରକ୍ଷିତ ଭାବରେ ରହିପାରିବେ ସେ ନେଇ ଧ୍ୟାନ ଦିଆଯାଉଥିବା ଜଣାଯାଇଛି । ନିଜେ ସରପଚଂ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସ୍ୱଚ୍ଚତାର ସହ କରାଉଛନ୍ତି । ୬ଜଣ ଯାକ ହ୍ୱାୱାଡା ଜିଲ୍ଲାରେ ଗୋଟିଏ କଂପାନୀରେ କାମ କରୁଥିଲେ ।୬ଜଣଙ୍କ ମଧ୍ୟରୁ ୫ଜଣ ପୁରୁଷ ଜଣେ ମହିଳା ଅଛନ୍ତି । ୨୨ହଜାର ଟଙ୍କା ଗାଡି ଭଡା ଦେଇ ଆସିଛନ୍ତି । ସମସ୍ତ ସଙ୍ଗରୋଧ ଗୃହରେ ରହିଛନ୍ତି । ଏହି ପଚାଂୟତରେ ସମୁଦାୟ ୧୧୦ ଜଣ ଘରକୁ ଫେରିବାକୁ ପଜ୍ଞିକରଣ କରିଥିବା ଜଣାଯାଇଛି ।