ନୂଆଦିଲ୍ଲୀ, ୧୪।୫ :କରୋନା ଭାଇରସ୍ ଏବେ ବିଶ୍ୱରେ ଆତଙ୍କ ଖେଳାଇଛି । ତେବେ ଏହି ଭାଇରସ୍ ଖୁବ୍ଶୀଘ୍ର ଅପସରି ଯିବ ବୋଲି ଯେଉଁ ଆଶା ଥିଲା ତାହା ଆଶାରେ ହିଁ ରହିଯିବ । କରୋନା ଭାଇରସ୍ କଦାପି ଯିବନାହିଁ । ସେ ବିଶ୍ୱରେ ରହିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲì୍ୟଏଚ୍ଓ)ର ବିଶେଷଜ୍ଞ ମାଇକେ ରୟାନ ସୂଚନା ଦେଇଛନ୍ତି । ତାଙ୍କର ଏହି ଆଶଙ୍କା ଅନୁଯାୟୀ ବିଶ୍ୱରୁ କରୋନା ଭାଇରସ୍ କେବେବି ଶେଷ ହେବନାହିଁ ।