Odisha news

ଧାମନଗର: ବନ୍ୟାରେ ଭାସିଗଲା ଗୌରାଙ୍ଗପୁର ଏସକେପ : ସୃଷ୍ଟି ହେଲା ଆଉ ଏକ ନଦୀ, ଜଳସଂପଦ ବିଭାଗକୁ ଦାୟୀ କଲେ ସ୍ଥାନୀୟ ଲୋକ

0
ଦୋବଲ : ଚଳିତ ବର୍ଷର ପ୍ରଥମ ବନ୍ୟାରେ ଧାମନଗର ବ୍ଲକ ବ୍ୟାପକ କ୍ଷତି ଘଟିଛି ଏପରିକି ଧନ ଜୀବନ ନଷ୍ଟ ହୋଇଛି। ପ୍ରକାଶ ଥାଉକି ବୈତରଣୀ ନଦୀର ୨ଟି ଏସକେପ ଗୌରାଙ୍ଗପୁର ଓ ମଲିମମାହାରାରେ ବନ୍ୟାଜଳ ବାହାରି ଧାମନଗର ଅଂଚଳ ବନ୍ୟା ପ୍ଲାବିତ ହୋଇଛି। ବନ୍ୟା ଯୋଗୁଁ ହଜାର ଅଂଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବ୍ଲକର ପ୍ରାୟ ୫ ହଜାର ହେକଟର ଚାଷଜମି ଜଳମଗ୍ନ ହୋଇଛି । ତେବେ ବନ୍ୟା ପାଇଁ ମୂଖ୍ୟ ଦାଉ ସାଜିଛି ଦୁଇଟି ଏସକେପ । ଗୌରାଙ୍ଗପୁର ଓ ମଲ୍ଲୀମାହାରା ଏସକେପର କଂକ୍ରିଟ କରାଯିବା ସହିତ ତା ଉପରେ ଫୁଟବ୍ରିଜ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ଉଚ୍ଚସ୍ତରୀୟ ବୈଷୟିକ ଟିମ ଦ୍ୱାରା ସରକାର ଏହାର ଅନୁଧ୍ୟାନ କରି ଧାମନଗରକୁ ବନ୍ୟା ଦାଉରୁ କିପରି ରକ୍ଷା କରାଯାଇ ବୈତରଣୀ ନଦୀର ଗୌରାଙ୍ଗପୁର ଓ ମଲ୍ଲୀମାହାରାକୁ ସୃଦୁଡି
କରଣ କରାଯିବ ସେନେଇ ପ୍ରଶାସନ ପ୍ରତିଶ୍ରୁତି ଦେଇ ଥିବାବେଳେ। ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ । ପ୍ରକାଶ ଥାଉକି ଦୁଇଟି ଏସକେପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୧ ମସିହାରେ ମରାମତି ପାଇଁ ୭୦ ଲକ୍ଷ ଟଙ୍କା ବେୟ କରା ଯାଇଥିଲା। ମାତ୍ର ୨୦୨୨ ମସିହାରେ ବନ୍ୟା ଦ୍ଵାରା ଗୌରାଙ୍ଗପୁର ଏସକେପରେ କିଛି ଅଂଶ ଧୋଇ ଯାଇ ଥିଲା । ମାତ୍ର ବନ୍ୟା ପରେ ଆଉ ଉକ୍ତ ଏସ.କେପକୁ ବିଭାଗ ମରାମତି କରିନଥିଲା । ସେଠାରେ ଫୁଡ୍ ବ୍ରିଜ ପାଇଁ ପ୍ରସ୍ତାବ ରହିଛି ଓ ଟେଣ୍ଡର ହେଲେ କାମ ହେବ ବୋଲି କହି ବିଭାଗୀୟ ଏସଡିଓ ବିଜୟ ସେଠୀ ଚୁପ ହୋଇ ବସିଥିଲେ ଏବଂ ଉକ୍ତ ଏସକେପକୁ ମରାମତି କରିନଥିଲେ । ଫଳରେ ଚଳିତ ବନ୍ୟାରେ ଉକ୍ତ
ଏସକେପଟି ପୁରା ଧୋଇଯାଇଛି ସେଠାରେ ବୈତରଣୀରୁ ଆଉ ଏକ ନଦୀ ସୃଷ୍ଟି ହୋଇଛି । ଉକ୍ତ ଏସକେପର ଗୋଟେ ପାଖର ବନ୍ଧ ଧୋଇଯାଇଛି। ଫଳରେ ବନ୍ୟାପାଣି ତଳିଆ ଅଞ୍ଚଳକୁ ନିମିଷକ ମଧ୍ୟରେ ମାଡ଼ିଗଲା। ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଗଲା । ତେବେ ଚଳିତ ବର୍ଷ ବନ୍ୟାରେ ଅଧିକ ଯଦି କ୍ଷତି ହୋଇ ଥାଏ ସେଥି ପାଇଁ ଜଳ ସଂପଦ ବିଭାଗକୁ ସ୍ଥାନୀୟ ଲୋକ ଦାୟୀ କରିଛନ୍ତି। ଯଦି ଗୌରାଙ୍ଗପୁର ଏସକେପଟି ପୂର୍ବରୁ ମରାମତି କରାଯାଇଥାନ୍ତା ଆଜି ଏପରି ବିପର୍ଯ୍ୟୟ ହୋଇ ନଥାନ୍ତା ବୋଲି ଶିକ୍ଷାବିତ ନିତ୍ୟାନନ୍ଦ ମିଶ୍ର କହିଛନ୍ତି । ତେବେ ତୁରନ୍ତ ଏସ.କେପକୁ ମରାମତି ପାଇ ଶ୍ରୀମିଶ୍ର ଦାବି କରିଛନ୍ତି ।
Leave A Reply