ଦିପ୍ତିମୟୀ ନାୟକ : ଆଲୋକକର ମହାପର୍ବ ଦୀପାବଳି | ପ୍ରତ୍ୟେକ ଓଡ଼ିଆ ଏହି ଦିନଟିକୁ ବେସ୍ ଧୂମଧାମର ସହ ପାଳନ କରିଥାନ୍ତି | ଘରେ ଘରେ ପିଠା ମିଠା ବିଭିନ୍ନ ସ୍ୱାଦିଷ୍ଟ ଖାଇବାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୋଇଥାଏ | କେବଳ ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବାପାଇଁ | ଠିକ ସେମିତି ଚଳିତବର୍ଷ ମଧ୍ୟ ଉତ୍ସବମୁଖର ହୋଇପଡିଛି ଗାଁ ଠାରୁ ରାଜଧାନୀ ସହର | ସବୁଠି ବାଣ ବିକ୍ରି ସବୁଠି ଲୋକଙ୍କ ଗହଳି |
ସବୁଠି ପ୍ରତିଯୋଗିତା ମୂଳକ ବାଣ କିଣାକିଣିର ପ୍ରସ୍ତୁତି | ବାଣ ଗୁଡିକର ଦରବୃଦ୍ଧି ପାଇଥିବାବେଳେ ଭୁବନେଶ୍ୱରରେ ୩୧ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ମିଳିଛି | ଏବଂ ରାତି ୮ଟାରୁ ରାତି ୧0ଟା ଯାଏ ଲୋକମାନେ ବାଣ ଫୁଟେଇ ପାରିବେ ବୋଲି ସୂଚନା ମିଳିଛି | ୧୪୫ ଡେସିବିଲରୁ କମ ବାଣ ଫୁଟାଇବା ଲାଗି ପୋଲିସ ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି | ଯେଉଁମାନେ ଏହି ସବୁ ଆଇନକୁ ଉଲଘଂନ କରିବେ ସେମାନଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି |
ତେବେ ଓଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳିବାର ପ୍ରଥା ରହିଛି । ଘରର ସପରିବାର ଛୋଟ ପିଲା ବଡ଼ ଲୋକ ସମସ୍ତେ କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି:-
“ବଡ଼ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯା’,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଛେ ଗଡ଼ଗଡାଉ ଥା’ |”
ଅର୍ଥାତ ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରଥାନ୍ତି | ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି | ପିତୃପୁରୁଷଙ୍କ ଆଶୀର୍ବାଦ କାମନା କରିବା ସହ ସେମାନଙ୍କ ଆତ୍ମାକୁ ଏହି ଦିନ ମୋକ୍ଷ ପ୍ରାପ୍ତି ହୁଏ ବୋଲି ପ୍ରତ୍ୟେକ ଲୋକଙ୍କ ବିଶ୍ୱାସ ରହିଛି |
ଆଲୋକର ମହାପର୍ବ ଦୀପାବଳି ଦିନ କାହିଁକି ବାଣ ଫୁଟେ ବୋଲି ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ |
ତେବେ ସତ୍ୟ ଯୁଗରେ ଶ୍ରୀରାମ ଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟାକୁ ଫେରି ଆସିଥିଲେ ଏବଂ ୧୪ବର୍ଷ ତାଙ୍କ ପିତା ରାଜା ଦଶରଥଙ୍କ ଆଦେଶକୁ ପାଳନ କରି ବନବାସରୁ ନିଜ ରାଜ୍ୟକୁ ଫେରିବା ଖୁସିରେ ତାଙ୍କୁ ସ୍ୱାଗତ କରିବାପାଇଁ ଅଯୋଧ୍ୟାବାସୀ ବିଭିନ୍ନ ପ୍ରକାର ଆଲୋକ ଜାଳିଥିଲେ ସେବେଠାରୁ ଏହି ଦିନକୁ ଆଲୋକର ପର୍ବ ଦୀପାବଳି ଭାବରେ ପାଳନ କରାଯାଏ | ଏବଂ ଦୀପାବଳିକୁ ନେଇ ଅନେକ ପୁରାଣ ଓ ଲୋକକଥା ମଧ୍ୟ ରହିଛି |
ତେବେ ଆଜିର ଦିନରେ ଆମେ ଆମର ଖୁସିକୁ ଜାହିର କରିବାପାଇଁ ଆମେମାନେ ତ ବାଣ ଫୁଟେଇ ଦେଉଛ କିନ୍ତୁ ଦୀପାବଳିର ପର ଦିନ ଅବସ୍ଥା ବିଷୟରେ କିଛିଟା ସଚେତନ ହେଉନେ | ଯାହାଦ୍ୱାରା ଆମ ପରିବେଶ ଉପରେ ଅନେକ କୁପ୍ରଭାବ ପଡିଥାଏ | ଯେମିତିକି ବାଣ ପାଇଁ ଅଧିକରୁ ଅଧିକ ଦୁର୍ଘଟଣା ହୁଏ | କେତେ ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଥାନ୍ତି | ଆଉ କେତେକ ଲୋକ ବିକଳାଙ୍ଗ ମଧ୍ୟ ହୋଇଯାଆନ୍ତି |
ସ୍ୱାସ୍ଥ୍ୟ ରୋଗୀ ଓ ଛୋଟ ଛୁଆଙ୍କ ପାଇଁ ଏହା ଯନ୍ତ୍ରଣା ଦାୟକ ହୋଇଥାଏ | ପ୍ରତ୍ୟେକ ବର୍ଷ ସରକାର ଲୋକଙ୍କ ସୁରକ୍ଷା ପାଇଁ ନିୟମମାନ କରନ୍ତି |କିଛି ଲୋକ ସେହି ନିୟମ ମାନନ୍ତି ଆଉ କିଛି ଲୋକ ସୋସିଆଲ ମିଡ଼ିଆରେ ଲମ୍ବା ଲମ୍ବା ଭାଷଣ ଦିଅନ୍ତି ବାଣ ଫୁଟାନ୍ତୁନି ସେହି ବାଣ ପଇସାରେ ଛୋଟ ଛୁଆଙ୍କୁ ମିଠେଇ କିଣିକି ଦେଇଦିଅ | ହେଲେ ସେମାନଙ୍କ ମଧ୍ୟରୁ କିଛି ଜଣ ସେହି ରାସାୟନିକ ବାଣ ଫୁଟେଇବାରେ ଲାଗିଥାନ୍ତି |
ବାଣରୁ ବାହାରୁଥିବା ରାସାୟନିକ ଧୂଆଁ ଶ୍ୱାସକ୍ରିୟା ଉପରେ ଅଧିକ ପ୍ରଭାବ ପକେଇବ | ବାଣର ପରମ୍ପରା ବାରୁଦର ଆବିଷ୍କାର ପରେ ଏହା ସଂସ୍କୃତିର ନୁହେଁ ବରଂ ଧ୍ବଂସର ପ୍ରତୀକ ହୋଇଥାଏ | ତେବେ ଏହି ଆଲୋକର ପର୍ବରେ ଦୀପ ଜାଳନ୍ତୁ ବେସି ଶବ୍ଦ ହେଉଥିବା ବାଣ କେବେ ଫୁଟାନ୍ତୁନି | ଯଦି ଆପଣ ବାଣ ଫୁଟାଉଛନ୍ତି ତେବେ ଟିକେ ସଚେତନ ହୋଇ ବାଣ ଫୁଟାନ୍ତୁ | କଟନ ପୋଷାକ ପିନ୍ଧନ୍ତୁ | ବାଣର ନିଆଁ ଧୂଆଁ ପ୍ରତି ସାବଧାନ ରୁହନ୍ତୁ |