ବାଗୀ ଓ ବାଗୀ ୨ର ସଫଳତା ପରେ ଟାଇଗର୍ ଶ୍ରଫ୍ ଏବେ ବାଗୀ ୩ରେ ଦର୍ଶକଙ୍କ ହୃଦୟ ଜିତିବା ପାଇଁ ପ୍ରସ୍ତୁତ । ବାଗୀ ୩ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଦର୍ଶକ ଟ୍ରେଲର୍କୁ ଖୁବ୍ ପସନ୍ଦ କରିବାର କାରଣ ସେଥିରେ ଜବରଦସ୍ତ ଆକ୍ସନ୍ ସିନ୍ ଦେଖିବାକୁ ମିଳିଛି । ସିନେମାରେ ଟାଇଗର୍ ଭାଇ ରିତେଶ୍ ଦେଶମୁଖ୍ଙ୍କ ପାଇଁ ପୂରା ଦେଶ ବିରୋଧରେ ଠିଆ ହୋଇଛନ୍ତି । ଏହି ଟ୍ରେଲର୍ ଟାଇଗର୍ଙ୍କ କ୍ଲୋଜ୍ ଫ୍ରେଣ୍ଡ୍ ଦିଶା ପାଟ୍ନୀଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି । ଦିଶା ସୋସାଲ ମିଡିଆରେ ଫିଲ୍ମ ପୋଷ୍ଟର୍ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ତୁମ ପାଇଁ ଗର୍ବିତ ।’ ଦିଶା ବାଗୀ ଫ୍ରାଞ୍ଚାଇଜିର ଅଂଶବିଶେଷ ରହିଛନ୍ତି । ସେ ବାଗୀ ୨ରେ ଟାଇଗର୍ଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ । ଚଳିତ ବର୍ଷ ମାର୍ଚ୍ଚ ୬ରେ ଅହମଦ୍ ଖାନ୍ ନିର୍ଦ୍ଦେଶିତ ବାଗୀ ୩ ରିଲିଜ୍ ହେବ । ଫିଲ୍ମ ନିର୍ମାତା ହେଉଛନ୍ତି ସାଜିଦ୍ ନାଡିୟାଡୱାଲା । ଟାଇଗର୍ ଓ ଶ୍ରଦ୍ଧା କପୁରଙ୍କ ସହିତ ରିତେଶ, ଅଙ୍କିତା ଲୋଖଣ୍ଡେ, ବିଜୟ ବର୍ମା ଓ ଜୟଦୀପ ଅହଲାୱତଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ ।