ବାଲିଆପାଳ-ଶୃଙ୍ଖଳିତ ଜୀବନ ଯାପନ ନଥିଲେ ମାନବିକ ମୂଲ୍ୟବୋଧର ବିକାଶ ଘଟିପାରେ ନାହିଁ ।ଶିକ୍ଷା ସଂସ୍କୃତି ଓ ନୈତିକତା ମୂଲ୍ୟହୀନ ହୋଇପଡେ ।ଏଥିପାଇଁ ଆଧ୍ୟାତ୍ମିକ ଚେତନା ବିକାଶହେବାର ଆବଶ୍ୟକତା ରହିଛି । ଆଧ୍ୟାତ୍ମିକ ଚେତନା ମାନବିକ ଗୁଣକୁ ସୁମାର୍ଗରେ ନେବା ସହିତ ମଣିଷ ଜୀବନକୁ ଶୃଙ୍ଖଳିତ କରିଥାଏ ଯାହା ଫଳରେ ସମାଜରେ ମଣିଷପଣିଆ,ଭାଇଚାରା ଏବଂ ସଂପର୍କର ସେତୁ ସ୍ଥାପନ ହୋଇଥାଏ ବୋଲି ବାଲିଆପାଳ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଉତ୍ସବ କମିଟିର ବରିଷ୍ଠ ସଦସ୍ୟ ସରୋଜ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ ନାରାୟଣ ଦାସ ଯୋଗଦେଇ ଆଜିର ଜଗତିକରଣ ଯୁଗରେ ସମାଜରୁ ସେବା ମନୋବୃତ୍ତି,ମାନବିକତା,ଦେଶପ୍ରେମ ଓ ନୈତିକତା ଲୋପ ପାଇ ଉଦ୍ବେଗ ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସାମଗ୍ରିକ ଭାବରେ ବ୍ୟକ୍ତି ଓ ସମାଜର ଆର୍ଥିକ ଓ ଶେକ୍ଷିକ ସ୍ଥିତି ବଢିଥିଲାବେଳେ ଶୃଙ୍ଖଳିତ ଓ ମାନବିକଗୁଣକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ତଥା କଥାକାର ସୁକୁମାର ଦାସ ଯୋଗଦେଇ କହିଥିଲେ ଯେ ମହୋତ୍ସବ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାକୁ ମନେପକାଇବାର ଶିକ୍ଷାଦିଏ ।ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ଆମେ ଅମର ଭାଷା ସଂସ୍କୃତି ଓ ପରମ୍ପରାକୁ ଭୁଲିଯାଉଛୁ । ଆମ ସଂସ୍କୃତିରେ ପିତା ମାତା ଗୁରୁ ଗୁରୁଜନ ମାନଙ୍କୁ ଜୀବନ୍ତ ଠାକୁର ଭାବେ ଗଣାଯାଉଥିଲେ ମଧ୍ୟ ଅନେକ କ୍ଷେତ୍ରରେଆମେ ସେମାନଙ୍କୁ ଅବହେଳା କରୁଛୁ ।ସେମାନେ ଅବହେଳିତ ଓ ଅସହାୟ ହୋଇପଡିଲେ ଆମ ସମାଜ ଭୁଷୁଡି ପଡିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ବଳରାମ ସାହୁ ଯୋଗଦେଇ ମହୋତ୍ସବ ମିଳନର କ୍ଷେତ୍ର ପାଲଟିଥିବା ବେଳେ ବାଲିଆପାଳର ସମସ୍ତ ଜନସାଧାରଣ ଅଂଞ୍ଚଳର ସାମଗ୍ରିକ ବିକାଶପାଇଁ ଆଗେଇ ଆସିବା ଉଚିତ ବୋଲି କହିଥିଲେ । ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ବ୍ୟୋମକେଶ ସାହୁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ବରିଷ୍ଠ ସଦସ୍ୟ ଅରୁଣ କୁମାର ପାତ୍ର ଅତିଥି ପରିଚୟ ଏବଂ ଦିନୋଜ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଉତ୍ସବ କମିଟି ପକ୍ଷରୁ ଆବାହକ ସୁଶାନ୍ତ ଚକ୍ରବର୍ତ୍ତୀ,ସୁଶାନ୍ତ ଦାସ, ରଂଜନ କୁମାର ପାଢୀ ,ଗୋବିନ୍ଦ ଦେବାଶିଷ ପାତ୍ର,ପ୍ରଦୀପ୍ତ କୁମାର ପାତ୍ର ,ବିକ୍ରମ ଦେ, ଶିବପ୍ରସାଦ ମଜୁମଦାର,ହରେକୃଷ୍ଣ ଦାସ, ପ୍ରବୀର ସି,ଜଗନ୍ନାଥ ବାରିକ,ତପନ ପ୍ରଧାନ,ସତ୍ୟବ୍ରତ ରାୟ,ବିଜୟ ସାମଲ , ନରେଶ ସାହୁ,ପୂର୍ଣ୍ଣଚନ୍ଦ୍ର ପରିଡା,ମନୋଜ ଜେନା,ଜଗବନ୍ଧୁ ଜେନା,କୃଷ୍ଣବତ୍ସଳ ସାହୁ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟଅଂଚଳର ବହୁ କୁନି କଳାକାର ମାନଙ୍କର ନୃତ୍ୟ ସଙ୍ଗୀତ ପରିବେଷିତ ହୋଇଥିଲାବେଳେ ଚଳଚିତ୍ର ନାୟିକା ପୁନମ ମିଶ୍ରଙ୍କ ଅଭିନୟ ଦର୍ଶକମାନଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାନ୍ଧିରଖିଥିଲା ।