Odisha news

ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ବରଣ କରିଥିବା ରଙ୍ଗମହଲ ଭଙ୍ଗା ଗଲା

0

ଧର୍ମଶାଳା: ଧର୍ମଶାଳା ତହସିଲର ହରିଦାସପୁର ପଞ୍ଚାୟତ ବାଲିଗରି ସ୍ଥିତ ବହୁ ଚର୍ଚ୍ଚିତ ରଙ୍ଗ ମହଲକୁ ଆଜି ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି । ଧର୍ମଶାଳା ବ୍ଲକର ପିଇଓ ସ୍ମିତାରାଣୀ ବିଶ୍ୱାଳ ଗତ ଅକ୍ଟୋବର ୧୬ ତାରିଖରେ ଏହି ରଙ୍ଗ ମହଲରେ ଦଉଡିଦେଇ ମୃତୁ୍ୟବରଣ କରିଥିଲା । ଏ ନେଇ ବିରୋଧୀ ଦଳ ପକ୍ଷରୁ ତୁମ୍ଭି ତୋଫାନ କରାଯାଇଥିଲା । ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ସ୍ମିତାରାଣୀ ମୃତୁ୍ୟ ଘଟଣାରେ ଗିରଫ ହୋଇ ଜେଲରେ ସଜା କାଟୁଛନ୍ତି । ବାଲିଗରି ମୌଜାର ଖାତା ନମ୍ବର-୧୦୯,୧୧୦, ପ୍ଲଟ ନଂ-୨୯୦/୨୯୧ ରେୂପେଶ ଭଦ୍ର ବେଆଇନ ଭାବେ ଦଖଲ କରି ୨ ମହଲା କୋଠାଘର କରି ପଞ୍ଚାୟତ କାର୍ଯ୍ୟ ଚଳାଉଥିଲେ । ପିଇଓ ସ୍ମିତାରାଣୀ ଗତ ଅକ୍ଟୋବର ୧୬ ତାରିଖରେ ପଞ୍ଚାୟତରେ ଭତ୍ତା ବାଣ୍ଟିବା ପରେ ରଙ୍ଗମହଲକୁ ଖାଇବାକୁ ଯାଇଥିଲେ । ମାତ୍ର ୨ୟ ମହଲାରେ ଦଉଡି ଦେଇ ସ୍ମିତାରାଣୀ ମୃତୁ୍ୟବରଣ କରିଥିବା ରୂପେଶ ଭଦ୍ର ତାର ପରିବାରକୁ ସୂଚନା ଦେଇଥିବା ବେଳେ ପରିବାର ପକ୍ଷରୁ ଏନେଇ ସ୍ମିତାରାଣୀକୁ ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ଏହି ରଙ୍ଗ ମହଲରେ ପୂର୍ବରୁ ଭଙ୍ଗାଯାଇଛି ବୋଲି ଆରଆଇ ତହସିଲଦାରଙ୍କୁ ରିପୋର୍ଟ ଦେଇଥିବା ବେଳେ ବାସ୍ତବ ପକ୍ଷେ ଏହା ଭଙ୍ଗାଯାଇନଥିଲା । ଯାହାଫଳରେ ଏହି ଘଟଣାରେ ତକ୍ରାଳୀନ ହରିଦାସପୁର ଆରଆଇଙ୍କୁ ସସପେଣ୍ଡ ସହ ଭାରପ୍ରାପ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହି ଘରକୁ ଭଙ୍ଗାନଯାଇ ଏଠାରେ ପାଠାଗାର ନିର୍ମାଣ କରିବା ପାଇଁ ରାଜସ୍ୱ ବିଭାଗକୁ ଯାଜପୁର ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ । ମାତ୍ର ରାଜସ୍ୱ ବିଭାଗ ତୁରନ୍ତ ଏ ରଙ୍ଗମହଲ କୁ ଭାଙ୍ଗିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଆଜି ଯାଜପୁର ଏଡିଏମ ମିହିର ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଦଳ, ଏଏସପି ରାଜକିଶୋର ଦୋରା, ଓ ବବାନୀଶଙ୍କର ପଟ୍ଟନାୟକ, ଏସଡିପିଓ ଚିନ୍ମୟ କୁମାର ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବଡଚଣା, ଜେନାପୁର ଓ କୁଆଖିଆ ଥାନା ଅଧିକାରୀ, ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ସହ ଆଜି ୨ଟି ଜେସିବି ମେସିନ ସହାଯ୍ୟରେ ଭଙ୍ଗିଥିଲେ । ମାତ୍ର ଏହାକୁ ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କ ସମର୍ଥକମାନେ ରଙ୍ଗମହଲ ଭାଙ୍ଗିବାକୁ ବିରୋଧ କରିଥିଲେ । ଏ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ରଙ୍ଗମହଲରେ ଥିବା ବିଭିନ୍ନ ସାମଗ୍ରୀ ପରିବାର ପକ୍ଷରୁ କାଢି ନିଆଯାଇଥିଲା । ଦିନ ୧୨ଟା ବେଳେ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବରେ ଦର୍ପଣୀ ତହସିଲଦାର ବୀରେନ୍ଦ୍ର କୁମାର ମହାନ୍ତି, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ୍ ଭୁଜବଳ, ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ଓ ଶୀତଳ ଅଗ୍ରୱାାଲା, ଦର୍ଫଣ ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply