Odisha news

ରିପୋର୍ଟିଂ ବେଳେ ରିପୋର୍ଟର ଉପରେ ଚଢ଼ିଲା ସାପ

0

ଅଷ୍ଟେଲିଆା ଚାନେଲ୍‌ ୯ଟିଭିର ମହିଳା ରିପୋର୍ଟର ସାରା କାତେଙ୍କ ଭିଡିଓ ଭାଇରାଲ ହେଉଛି । ସାପ ଉପରେ ସେଫଫି ରିପୋର୍ଟ ସୁଟିଂ କରିବାକୁ ଯାଇଥିଲେ । ସେ ଗୋଟିଏ ସାପକୁ କାନ୍ଧରେ ବସାଇ ସୁଟିଂ କରୁଥିଲେ । ସେହି ସମୟରେ ସାପଟି ବେକରେ ଗୁଡେଇ ହୋଇ ମାଇକ୍‌କୁ ବାରମ୍ବାର ଚୋଟ ମାରିବା ଦେଖି ସେ ଖୁବ୍‌ ଭୟଭୀତ ହୋଇ କହୁଛନ୍ତି, ‘ଯଦି ସାପ ହାତକୁ କାମୁଡି ଦିଏ … ସାପ ସମସ୍ତଙ୍କ ସହ ସହଜ ଅନୁଭବ କରି ନ ଥାଏ । ମଣିଷ ତୁଳନାରେ ସାପ ମଧ୍ୟ ଅନେକ ସମୟରେ ଭୟଭୀତ ହୋଇଥାଏ ।’ ଅନେକେ ତାଙ୍କ କାମକୁ ପ୍ରଶଂସା କରିଥିବା ବେଳେ ଆଉ କେତେକେ ହସରେ ଉଡାଇଛନ୍ତି । ସୁଟିଂ ବେଳେ କ୍ୟାମେରାମ୍ୟାନ୍‌ ଓ ସାପ ସମ୍ଭାଳିବାକୁ ଜଣେ ଲୋକ ଥିଲେ । ସୁଟିଂ ଶେଷ ପରେ ସାପକୁ ବେକରୁ କାଢ଼ି ତଳକୁ ଫିଙ୍ଗିଥିଲେ ସାରା ।

Leave A Reply