୩୬ ପାହାଚ ମୁଣ୍ଡରେ ୩୬ ପାହାଚ ଚଢ଼ି ଚାଇନିଜ୍ ଆକ୍ରୋବାଟ୍ ଲି ଲଙ୍ଗ୍ଲଙ୍ଗ୍ ନିଜ ଗିନିଜ୍ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି । ହାତ କି ଗୋଡରେ ପାହାଚକୁ ଆଦୌ ସ୍ପର୍ଶ ନ କରି କେବଳ ମୁଣ୍ଡରେ ଏଭଳି କାରନାମା କରି ଦେଖାଇଛନ୍ତି । ୨୦୧୨ରେ ସେ ଜାଓ ଜିହାଲଙ୍ଗ୍ଙ୍କ ସହ ମିଶି ମୁଣ୍ଡରେ ୩୪ଟି ଶିଢ଼ି ଚଢ଼ିଥିଲେ । ପୂର୍ବରୁ ସେ ଇଟାଲୀର ଲୋ ଶୋ’ ଦିଙ୍କ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ମାତ୍ର ମୁଣ୍ଡରେ ଶିଢ଼ି ଚଢ଼ିବା ବେଳେ ଅନ୍ୟ ଅଙ୍ଗର ସାହାଯ୍ୟ ନେଇଥିବାରୁ ସେଥିରେ ଅସଫଳ ହୋଇଥିଲେ ।