ଵାର୍ତାମାନ ସ୍ଥିତିରେ ଡିପ୍ରେସନ ଏଭଳି ଗୋଟିଏ ରୋଗ ଭାବରେ ଦେଖାଦେଇଛି ଯାହା ଅନେକ ମଣିଷଙ୍କ ମନ ଭାଙ୍ଗି ଦେଉଛି l ମନୋବିଜ୍ଞାନୀ ମାନେ ଆଜିର ସମାଜରେ ଚିନ୍ତାର କାରଣ ସୃଷ୍ଟି କରିଥିବା ଏହି ଡିପ୍ରେସନ କୁ ନେଇ ଖୁବ ଚିନ୍ତିତ l ସେଥିପାଇଁ ମନୋବିଜ୍ଞାନୀମାନେ ଡିପ୍ରେସନ ଗ୍ରସ୍ତ କିଛିଟା ବ୍ୟକ୍ତିଙ୍କୁ ନେଇ ଗୋଟିଏ ଅଧ୍ୟୟନ କରିଥିଲେ l ସେଥିରେ ସେମାନଙ୍କ ଉପରେ ନୂଆ ନୂଆ କୌଶଳ ପ୍ରୟୋଗ କରାଯାଇ ଥିଲା ଯାହାଦ୍ୱାରା ସେମାନେ ନିଜକୁ ଡିପ୍ରେସନ ରୁ ଦୁରେଇ ରଖିପାରିବେ l ସେଥି ମଧ୍ୟରୁ କିଛିଟା ଉପାୟ କୁ ଜନହିତରେ ଜାରି କରାଯାଇଛି , ଯାହାଦ୍ୱାରା ମଣିଷ ନିଜକୁ ସୁସ୍ଥ ରଖିପାରିବ l
– ଯଦି ଆପଣ ମନରେ ଖୁବ ଅଧିକ ନକାରାତ୍ମକ ଚିନ୍ତା କରୁଛନ୍ତି, ତେବେ ଆପଣ ନିଜକୁ ନିଜେ ପ୍ରଶ୍ନ କରନ୍ତୁ ଯେ ଆପଣ ଓଭରଥୀଂକିଙ୍ଗ କାରଣରୁ ନକାରାତ୍ମକ ଚିନ୍ତାର ସମ୍ମୁଖୀନ ତ ହେଉ ନାହାନ୍ତି l
– ଯଦି ଆପଣ ଡିପ୍ରେସନ ର ଶିକାର ହେଉଛନ୍ତି ତେବେ ନିଜ ମନରେ ଛୋଟ ଛୋଟ ଗୋଲ ଫିକ୍ସ କରନ୍ତୁ ଓ ସେହି ଗୁଡିକୁ ପାଇବାକୁ ଚେଷ୍ଟା କରନ୍ତୁ l
– ଡିପ୍ରେସନ ରୁ ବାହାରିବା ପାଇଁ ସବୁଠୁ ଭଲ ଉପାୟ ହେଲା ଏକ୍ସରସାଇଜ ଅଟେ l ନିଜର ଡେଲି ରୁଟିନ ରେ ଏକ୍ସରସାଇଜ କୁ ଶାମିଲ କରନ୍ତୁ ଯାହାଦ୍ୱାରା ଆପଣ ପଜିଟିଭ ରହିପାରିବ l
– ପ୍ରତିଦିନ ଗୋଟିଏ ସମୟରେ ଶୋଇବା ଉଠିବା ଅଭ୍ୟାସ ରଖନ୍ତୁ, ଡିପ୍ରେସନ ରୋଗୀଙ୍କ ପାଇଁ ପ୍ରତିଦିନ ୭ରୁ ୮ ନିଡର ଆବଶ୍ୟକତା ରହିଛି l
– ଜଙ୍କ ଫୁଡ କିମ୍ବା ବାହାର ଖାଦ୍ୟ ମଧ୍ୟ ଆପଣଙ୍କ ମେଣ୍ଟାଲ ହେଲ୍ଥ ଉପରେ ପ୍ରଭାବ ପକାଇଥାଏ l ଯଦି ଆପଣ ହେଲଦି ଫୁଡ ଖାଇବେ ତେବେ ମେଂଟାଳୀ ଓ ଫିଜିକାଲି ଫିଟ ରହିବେ ଏବଂ ଡିପ୍ରେସନ ନିକଟରୁ ଦୁରେଇ ରହିବେ l
– ମନୋବିଜ୍ଞାନୀ ଙ୍କ ମତରେ ଡିପ୍ରେସନ ଠାରୁ ଦୁରେଇ ରହିବ ପାଇଁ ନିଜକୁ ଖୁସି ରଖିବାର ବାଟ ଖୋଜନ୍ତୁ, ଯେପରିକି ନିଜକୁଯେଉଁ କାର୍ଯ୍ୟ ଭଲ ଲାଗୁଛି ସେହି କାର୍ଯ୍ୟ କରନ୍ତୁ l ଗାର୍ଡେନିଂ କରିବା, ଘରେ ଫୁଲ ସଜେଇବା, ନିଜକୁ ସଜେଇବା, ନିଜ ପାଇଁ କିଛି କିଣିବା, ମୁଭି ଦେଖିବା ଇତ୍ୟାଦି କାର୍ଯ୍ୟ କରନ୍ତୁ l
– ଏହି ସମୟରେ ଅଜଣା ଭୟ ମନକୁ ଓ ମସ୍ତିଷ୍କକୁ ଗ୍ରାସ କରିଥାଏ l ଏଭଳି ସ୍ଥିତିରେ ଭୟ ନକରି ଥେରାପିସ୍ଟ ଙ୍କୁ ସାକ୍ଷାତ କରନ୍ତୁ ଓ ନିଜର ମେଣ୍ଟାଲ ହେଲ୍ଥ କୁ ସୁଧାରିବା ପାଇଁ ଥେରାପି ନିଅନ୍ତୁ l