ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଚାଷୀ ଅମରେନ୍ଦ୍ର ସିଂହ ପାଞ୍ଚଟି ବିଭିନ୍ନ ପ୍ରଜାତିର ଭିନ୍ନ ଭିନ୍ନ ରଙ୍ଗ ତରଭୁଜ ଚାଷ କରି ଚର୍ଚ୍ଚାରେ ଅଛନ୍ତି । ରଙ୍ଗୀନ ତରଭୁଜେ ଦ ଖ ି ବ । ପ । ଇ ଁ ତାଙ୍କ ଘର ସାମ୍ନାରେ ଲୋକଙ୍କ ଗହଳି ଏବେ ଲାଗି ରହିଛି । ଏହା କେବଳ ଦେଖିବାକୁ ରଙ୍ଗ- ବେରଙ୍ଗ ନୁହେଁ, ସ୍ୱାଦିଷ୍ଟ ଓ ହିତକର । ପାଞ୍ଚ ବର୍ଷ ହେବ ତରଭୁଜ ଚାଷ କରିଆସୁଥିବା ଅମରେନ୍ଦ୍ର ନୂଆ ଭେରାଇଟି ତରଭୁଜ ଏଥର ଲଗାଇଥିବା କହିଛନ୍ତି । ଅନ୍ମୋଲ୍, ବିଶାଳା, ମନ୍ନତ, ସରସ୍ୱତୀ ଓ ଅରୋହୀ ଆଦି ପାଞ୍ଚ କିସମର ତରଭୁଜ ଚାଷ କରିଛନ୍ତି । ଅନମୋଲ ତରଭୁଜର ଉପର ସବୁଜ ରଙ୍ଗ ଓ ଭିତରୁ ହଳଦିଆ ରଙ୍ଗ । ବିଶାଳ କିସମର ତରଭୁଜ ବାହାର ରଙ୍ଗ ହଳଦିଆ ଓ ଭିତର ନାଲି ରଙ୍ଗ ଓ ସ୍ୱାଦ ଖୁବ୍ ମିଠା । ଆରୋହୀର ବାହାର ରଙ୍ଗ କଳା ଓ ଭିତର ସାମାନ୍ୟ ହଳଦିଆ ହୋଇଥିବା ବେଳେ ସରସ୍ୱତୀ କିସମ ତରଭୁଜ ବଜାରରେ ମିଳୁଥିବା ତରଭୁଜ ସହ ସମାନ । ମନ୍ନତ ଆକାରରେ ଛୋଟ ଓ ଭିତର ନାଲି ରଙ୍ଗ ।