ଟଏଲେଟ୍ ଫ୍ଲସ୍ କରିବା ବେଳେ ଏହାର ଲିଡ୍ ତୁରନ୍ଦ ବନ୍ଦ କରିବା ଦରକାର । ଏକ ଅଧ୍ୟୟନ ଅନୁସାରେ ଫ୍ଲସ୍ କରିବା ସମୟରେ ଶୌଚାଳୟରୁ କିଛି କଣିକା ବାହାରକୁ ଆସିଥାଏ ଯାହା କରୋନା ସହ ସମ୍ପର୍କ ରଖୁଛି । ଡାକ୍ତରମାନଙ୍କୁ ମାନବ ଶୌଚରୁ କରୋନାଭାଇରସ୍ ବି ମିଳିଛି । ସେଥିପାଇଁ ଟଏଲେଟ୍ ବ୍ୟବହାର ସମୟରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଫ୍ଲସ୍ ବେଳେ ଟଏଲେଟ୍ର ପାଣିରେ ଥିବା ଭୂତାଣୁ ପବନରେ ତିନି ଫୁଟ୍ ଉଚ୍ଚ ପର୍ଯ୍ୟନ୍ତ ରହେ । ଏଣୁ ଟଏଲେଟ୍ ଲିଡ୍ ବନ୍ଦ କରିବା ସହ ଏହାର ସିଟ୍କୁ ମଧ୍ୟ ବାରମ୍ବାର ସଫା ରଖିବାକୁ କୁହାଯାଇଛି ।