ଧୂଷୁରୀ,୩୧ ।୦୭(ସବୁ୍ୟ):ଧୂଷୁରୀ ଥାନା ଅନ୍ତର୍ଗତ ଓଳଗ ଗ୍ରାମର ଅଶୋକ ଯେନାଙ୍କ ୮ବର୍ଷର ଝିଅ ବୀଣାପାଣି ନିଜ ଅଜାଘର ଧୂଷୁରୀର ବାସୁଦେବ ଯୋନାଙ୍କ ଘରେ ରହୁଥିଲା ।
ଗତ ବୁଧବାର ଦିନ ବିଣାପାଣୀକୁ ଖୋଜି ନପାଇ ଶେଷରେ ଘର ପାଖରେ ଥିବା ମାଟିଆ ପୋଖରୀ ଭିତରୁ ତାକୁ ଉଦ୍ଧାର କରି ଡାକ୍ତର ଖାନା କୁ ନେଇଥିଲେ ।ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବିଣାପାଣୀର ମୃତୁ୍ୟ ହୋଇଥିବାର ଡାକ୍ତର ପ୍ରକାଶ କରିଥିଲେ । ଧୂଷୁରୀ ପୋଲିସ ଶବ ବ୍ୟବଛେଦ କରି ଅପମୃତୁ୍ୟ ମାମଲା ରୁଜୁୁୁ କରିଥିବାର ଜଣାଯାଇଛି ।