Odisha news

ଧୋନିଙ୍କ ବିଦାୟୀ ମ୍ୟାଚ୍‌ ପାଇଁ ବିସିସିଆଇ ଆଗ୍ରହୀ

0

ନୂଆଦିଲ୍ଲୀ, ୧୯ା୮ (ଏଜେନ୍ସି) : ନିକଟରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅପ୍ରତ୍ୟାସିତ ଭାବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଜଣେ ମହାନ୍‌ କ୍ରିକେଟରଙ୍କୁ ପଡ଼ିଆରେ ଆଉଥରେ ଦେଖିବା ପାଇଁ ଅନେକ ପ୍ରଶଂସକ ଆଶା ବାନ୍ଧିଛନ୍ତି । ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ୍‌ ପରଠାରୁ ଧୋନି ମଇଦାନକୁ ଓହ୍ଲାଇ ନାହାନ୍ତି । ୧ବର୍ଷରୁ ଊଦ୍ଧ୍ୱର୍ ସମୟ ବ୍ୟବଧାନ ପରେ ହଠାତ୍‌ ଅଗଷ୍ଟ ୧୫ ଦିନ ଧୋନି ସୋସିଆଲ୍‌ ମିଡିଆରେ ଅବସର ସମ୍ପର୍କରେ ସୂଚନା ଦେଇଥିଲେ । ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍‌ ବୋର୍ଡ଼ (ବିସିସିଆଇ) ଧୋନିଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ମ୍ୟାଚ୍‌ ଆୟୋଜନ କରିବାକୁ ଆଗ୍ରହୀ ଅଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ବୋର୍ଡ଼ ପକ୍ଷରୁ ଖୁବ୍‌ଶୀଘ୍ର ଧୋନିଙ୍କ ସହ ଆଲୋଚନା କରାଯିବ । ଇଣ୍ଡିଆନ୍‌ ପି୍ରମିୟର୍‌ ଲିଗ୍‌ (ଆଇପିଏଲ୍‌) ସମୟରେ ବିଦାୟୀକାଳୀନ ମ୍ୟାଚ୍‌ର ଆୟୋଜନ ହୋଇପାରେ । ବର୍ତ୍ତମାନ ଟିମ୍‌ ଇଣ୍ଡିଆର କୌଣସି ଅନ୍ତର୍ଜାତୀୟ ଶୃଙ୍ଖଳା ନାହିଁ । ତେଣୁ ଆଇପିଏଲ୍‌ ସମୟରେ ହିଁ ଧୋନିଙ୍କୁ ସମ୍ବର୍ଦ୍ଧନା ଦେବାକୁ ଯୋଜନା ହୋଇଛି ।

Leave A Reply