ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନିଙ୍କର ଅବସର ଘୋଷଣା ସହିତ କୋଟିକୋଟି ପ୍ରଶଂସକଙ୍କ ମନରେ ଆଘାତ ଦେଇଛି l କାରଣ ସେ ସମସ୍ତଙ୍କର ପ୍ରିୟ କ୍ରୀକେଟିୟର ଥିଲେ l ବାହୁବଳୀର ଚଳଚିତ୍ରର ନିର୍ଦେଶକ ରାଜା ମୌଲି ମଧ୍ୟ ସୋସିଆଲ ମିଡିଆରେ ଧୋନିଙ୍କର ପ୍ରଶଂସା କରି ସ୍ପେସିଆଲ ଟ୍ୱିଟ କରି ଲେଖିଛନ୍ତି l ରାଜା ମୌଲି ଲେଖିଛନ୍ତି ଯେ “ଆପଣ ଆମର ମନରଞ୍ଜନ କରାଇଥିଲେ ଓ ଆମେ ଆପଣଙ୍କ ପାଇଁ ଗର୍ବିତ ଅଟୁ l ତା ସହିତ ଆପଣ ଆମପାଇଁ ପ୍ରେରଣା ଦାୟକ l ଏହା ଗୋଟିଏ ଏପରି ମୁହୂର୍ତ ଯାହାକୁ ଶବ୍ଦରେ କହିବା କଷ୍ଟକର l ଆପଣ ଭବିଷ୍ୟତର ପିଢିଙ୍କ ପାଇଁ ପଥ ପ୍ରଦର୍ଶକ ଅଟନ୍ତି l ଧୋନି ସାର ଆପଣଙ୍କୁ ଅଶେଷ ଧନ୍ୟବାଦ l ”
୨୦୧୬ ରେ ଚଳଚିତ୍ର MS DHONI ସମୟରେ ରାଜା ମୌଲି ଧୋନିଙ୍କର ଖୁବ ପ୍ରଶଂସା କରିଥିଲେ l ସେହି ସମୟରେ ଏହି ଚଳଚିତ୍ରର ଟ୍ରେଲର ଲଞ୍ଚ ହାଇଦ୍ରାବାଦରେ ହୋଇଥିଲା ଓ ତାଙ୍କୁ ଚିଫଗେଷ୍ଟ ଭାବରେ ଡାକ ଯାଇଥିଲା l ସେହି ସମୟରେ ସେ କହିଥିଲେ ଧୋନି ମୋ ପାଇଁ ପ୍ରେରଣାର ସ୍ରୋତ ଅଟନ୍ତି l ରାଜା ମୌଲି ଧୋନିଙ୍କୁ କର୍ମଯୋଗୀ କହିଛ ହାହାନ୍ତି ଓ ବର୍ଣ୍ଣନା କରିଛନ୍ତି ଯେ ଭାଗବତ ଗୀତାର କିଛି ଅଂଶ l ଭାଗବତ ଗୀତାରେ ଯେପରି କୁହାଯାଇଛି କର୍ମ କରିଚାଲ ,ଫଳର ଇଛା ରଖନାହିଁ l ଯେତେବେଳେ ଧୋନି ୨୦୧୧ ରେ ଭାରତ ବିଶ୍ୱକପ ବିଜେତା ହୋଇଥିଲା ,ସେତେବେଳେ ଗୋଟିଏ କର୍ମ ଯୋଗୀ ଭଳି ଭାରତୀୟ ଦଳକୁ ବିଶ୍ୱକପ ଧରାଇଦେଇ ଗୋଟିଏ ସ୍ଥାନରେ ଯାଇ ଠିଆ ହୋଇଯାଇଥିଲେ l ରାଜା ମୌଲି ଏହି ସବୁ ଘଟଣାକୁ ମାନେ ପକାଇ ଧୋନିଙ୍କୁ କର୍ମଯୋଗୀର ଆଖ୍ୟା ଦେଇଛନ୍ତି l