Odisha news

ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ , କିନ୍ତୁ ଖେଳିବେ ଆଇପିଏଲ

0

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ଇନ୍ଷ୍ଟଗ୍ରାମରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି l ନିଜ ଇନ୍ଷ୍ଟଗ୍ରାମରେ ଗୋଟିଏ ୪ ମିନିଟ୍ ର ଭିଡିଓ ପୋଷ୍ଟ କରିଛନ୍ତି ,ଯେଉଁଥିରେ ତାଙ୍କର କ୍ରିକେଟ ଜୀବନ କାଳର ସମସ୍ତ ଖେଳ ଟିକେଟିକେ ନଜର ଆସିଛି ଓ ଵ୍ୟାକରାଉଣ୍ଡରେ ଗୋଟିଏ ଗୀତ ମଧ୍ୟ ବାଜୁଛି l ତାଙ୍କ ଇନ୍ଷ୍ଟଗ୍ରାମ ପୋଷ୍ଟରେ ସେ କହିଛନ୍ତି ବର୍ତ୍ତମାନ ମୁଁ ଅବସର ନେଲିବୋଲି ଧରି ନିଆଯାଉ l ସେ ତାଙ୍କର ପ୍ରଶଂସକ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l

ଧୋନି ଲେଖିଛନ୍ତି ଆପଣଙ୍କ ସ୍ନେହ ଓ ସମର୍ଥନ ପାଇଁ ଧନ୍ୟବାଦ l ୭ଟା ୨୯ ମିନିଟରୁ ମୁଁ ଅବସର ନେଳିବୋଳି ଧରି ନିଅନ୍ତୁ l ସୂଚନା ଯୋଗ୍ୟଯେ ମହେନ୍ଦ୍ର ସିଂହ ଧୋନି ଟିମ୍ ଇଣ୍ଡିଆର ଗୋଟିଏ ସଫଳ ଅଧିନାୟକ ଅଟନ୍ତି ସେ ନିଜର ଅଧିନାୟକ ଥିବା ସମୟରେ ଟି-20 ୱାର୍ଲଡ କପ ,ୱlଣ୍ଡେ ୱାର୍ଲଡ କପ ଓ ICC ଚମ୍ପିୟାନ ଟ୍ରଫି ବ୍ୟତୀତ IPL ରେ ଚେନାଇ ସୁପର କିଙ୍ଗ ଟିମକୁ ସବୁଠାରୁ ଅଧିକ ସଫଳତା ଦେଇଛନ୍ତି l

ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଥିଲେ ମଧ୍ୟ IPL ମ୍ୟାଚ ଗୁଡିକ ଖେଳିବେ l ଚଳିତ ବର୍ଷ IPL UAE ରେ ହେବାକୁ ଯାଉଛି l ଯେଉଁଥିରେ ଧୋନି ଚେନାଇ ସୁପର କିଙ୍ଗର ନେତୃତ୍ୱ ନେବେ l

Leave A Reply