ଢ଼େଙ୍କିକୋଟ ତା ୨୨. ୧୦. ୨୩ : ଢ଼େଙ୍କିକୋଟ ନିକଟବର୍ତ୍ତି ଟିକିରାଗ୍ରାମ ସଂଲଘ୍ନ ରେ ଦୁର୍ଗାପୁଜା ଧୁମଧାମରେ ପାଳନ କରାଯାଉଛି l ଦୁଇ ଦୁଇଟି ମଣ୍ଡପରେ ମାଆ ଦୁର୍ଗା ପୁଜା ପାଉଛନ୍ତି l ଦେବୀ ମଣ୍ଡପ ଓ ଶ୍ରୀ ଦୁର୍ଗା ମଣ୍ଡପ ରେ ଆଜି ମାତୃପ୍ରେମୀ ମାନେ ଆସି ଦୁର୍ଗା ଅଷ୍ଟମୀ ପାଳନ କରିଥିଲେ l ମାଆ କଂ ମୃମୟୀ ମୁର୍ତ୍ତି,ଆକର୍ଷଣୀୟ ସାଜସଜ୍ଜା,ରଙ୍ଗବେରଙ୍ଗର ଆଲୋକ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନ୍ତ୍ର ପାଠ ରେ ପୁଜା ମଣ୍ଡପ କୋଳାହଳମୟ, ଭକ୍ତିମୟ ହୋଇଉଠିଛି l ଆଜି ମାତୃପ୍ରେମୀ ମାନେ ସକାଳ ୮ ଟା ରେ ମଣ୍ଡପ ନିକଟରେ ପହଂଚି ମାଆ କୁ ଦର୍ଶନ କରି ବ୍ରତ ପାଳନ କରିଥିଲେ l ଶାନ୍ତିଶୃଂଖଳା ଦୃଷ୍ଟିରୁ ଉଭୟ ପୁଜା କମିଟି ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l ଶ୍ରୀ ଦୁର୍ଗା ପୁଜା କମିଟି ର ଉଦ୍ୟୋକ୍ତା ସନ୍ତୋଷ କୁମାର ଶତପଥୀ କଂ ସମେତ ପୂର୍ଣଚନ୍ଦ୍ର ବେହେରା, ଅଜୟ କୁମାର୍ ସlହୁ, ପ୍ରଦୀପ ବେହେରା,ଅମର ସିଂ,ପୀତବାସ ପଟ୍ଟନାୟକ, ପଂକଜ ବେହେରା ଦାଇତ୍ୱ ତୁଲାଇଅଛନ୍ତି l କର୍ତ୍ତା ଭାବେ ହଳଧର ବେହେରା ଓ ତାଂକ ସହଧର୍ମିଣି ପୁଜା ରେ ବସିଥିଲେ l ସେହିପରି ଦେବିମଣ୍ଡପ ରେ କର୍ତ୍ତାଭାବେ ଗୌରୀଶଂକର ମୁଧାରା ଓ ତାଂକ ସହଧର୍ମିଣି କମଳା ବସିଥିଲେ l କମିଟିର ସର୍ବଶ୍ରୀ ଉତ୍ତମ କୁମାର ନାୟକ. ଶତ୍ରୁଘ୍ନ ସlହୁ, ଗତିକୃଷ୍ଣ ଦଳେଇ, ଲଲାଟେନ୍ଦୁ ସlହୁ, ଚିତରଞ୍ଜନ ସlହୁ, ପ୍ରମୁଖ ଦାଇତ୍ୱ ନେଇଛନ୍ତି l ଉଭୟ ପୁଜା କମିଟି ତରଫରୁ ସବୁପ୍ରକାର ବନ୍ଦୋବ୍ୟସ୍ତ କରାଯାଇଛି l ଦୈନିକ ସାନ୍ଧ୍ୟକାଳୀନ ସମୟରେ ମନୋରଂଜନ କାର୍ଯ୍ୟକ୍ରମ ଲାଗିରହିଛି l