Odisha news

ଖମ୍ବେଶ୍ୱରୀଙ୍କ ମହାଗୌରୀ ବେଶ : ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼

0

ଆସିକା : ଆସିକାର ଅରାଧ୍ୟ ଦେବୀ ମା ଖମ୍ବେଶ୍ୱରୀ ଠାକୁରାଣୀଙ୍କ ରବିବାର ଦିନ  ଅଷ୍ଟମୀ ରେ ମାଙ୍କୁ ମହାଗୌରୀ ରୂପେ ପୂଜା ହୋଇଛି।ନବଦିନାତ୍ମକ ପୂଜାର ଅଷ୍ଟମୀରେ ଦିନ ତାମମ ପୂଜାପାଠ, ହୋମଯଜ୍ଞ,ଅନ୍ନଯଜ୍ଞ ଓ  ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା।ପ୍ରାତଃ କାଳରୁ ଦେବୀଙ୍କ ଦ୍ୱାର ଫିଟାନୀତି,ସ୍ନାନଵିଧି ପରେ ମାଙ୍କ ଦର୍ଶନ ଆରମ୍ଭ ହୋଇଥିଲା।ନୀତି ଭୋଗ ପରେ ପହାଡ଼ ଏବଂ ସନ୍ଧ୍ୟାରେ ମାଙ୍କୁ ସୁନାବେଶ କରାଯାଇଥିଲା।ସନ୍ଧ୍ୟା ଆଳତି ବେଳେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।ଭକ୍ତମାନେ ନିଜର ମନସ୍କାମନା ପୂର୍ଣ୍ଣ ସକାଶେ ଅଖଣ୍ଡଦୀପ ମାଙ୍କ ପୀଠରେ ପ୍ରଜ୍ବଳନ କରିଛନ୍ତି l ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଦ୍ଵାରା ଚଣ୍ଡୀ ପାଠ, ଆଚାର୍ଯ୍ୟ ଭାବେ ମହେନ୍ଦ୍ର ଶତପଥୀ ପ୍ରଚାରକ ଦାଇତ୍ୱ ତୁଲାଇଥିଲେ ସନ୍ତୋଷ ତ୍ରିପାଠୀ l ସକାଳୁ ସୂର୍ଯ୍ୟପୂଜା, ଶାଲାପୁଜା,ଘଟପୁଜା, ଗ୍ରହମଣ୍ଡଳ ପୂଜା, ନୈବେଦ୍ୟ ସଂସ୍କାର, ଷୋଡଶ ଉପଚାରରେ ପୂଜା,ବିଲ୍ଵପତ୍ର ସହସ୍ରା ଅର୍ଚ୍ଚନ,ହୋମ,ଯଜ୍ଞର ଅୟୋଜନ ହୋଇଥିଲା।ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ୱାଇଁ,ସଦସ୍ୟ ମନୋଜ ମୁନୀ,ସଚିଦାନଦ ଖଟ୍ଟାଇ ,ଅର୍ଚକ ବୃନ୍ଦ ,ଗ୍ରାମବାସୀ ଙ୍କ ସହଯୋଗରେ ପୂଜାର୍ଚ୍ଚନା ଚାଲିଥିଲା।ସେହିଭଳି  ଆସିକା ର ଶ୍ୟାମାକାଳୀ ମନ୍ଦିର, ଦଣ୍ଡକାଳୀ ମନ୍ଦିର, ଠାକୁରାଣୀ ମନ୍ଦିର, କାଳଷଣ୍ଢପୁର ଦଣ୍ଡ କାଳି ମନ୍ଦିର ଭଳି ଅଞ୍ଚଳ ର ସମସ୍ତ ଦେବୀ ପୀଠ ରେ ନଵଦିନାତ୍ମକ  ପୂଜା ମହାସମହର ରେ ପାଳିତ ହୋଇଛି l ସମସ୍ତ ମନ୍ଦିର ର ପରିଚାଳନା କମିଟି, ଗ୍ରାମବାସୀ ସହଯୋଗ ଏଥିରେ ସହଯୋଗରେ  ସମାପ୍ତ ହୋଇଛି l

Leave A Reply