ଢେଙ୍କାନାଳ,୧୧ା୧୨: ଢେଙ୍କାନାଳ ଟାଉନ୍ ଥାନା ଅଂଚଳରେ ଗତ କାଲି ବିଳମ୍ବିତ ରାତିରେ ଲୁଚି ରହିଥିବା ୩ ଶିଶୁଙ୍କୁ ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ୍ ଉଦ୍ଧାର କରିଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଲୁଚିଥିବା ବିଷୟରେ ପଚାରିବାରୁ ବାପା ମଦ ପିଇ ମାଡ ମାରୁଥିବାରୁ ଭୟରେ ଘରଛାଡି ବାହାରେ ବୁଲୁଛନ୍ତି ଏବଂ ମାଗିଯାଚି ଖାଇ ଏଠାରେ ଲୁଚିରହିଥିଲେ ବୋଲି ବୁଦା ମୂଳରୁ ଉଦ୍ଧାର ହୋଇଥିବା ଶିଶୁମାନେ ପୋଲିସକୁ କହିଥିଲେ । ପିଲାଙ୍କ ମୁହଁରୁ ଘଟଣା ଶୁଣିବାପରେ ପୋଲିସ ଏହି ଘଟଣା ଉପରେ ଅଧିକ ତଦନ୍ତ ଚାଲୁରଖିଥିବା ବେଳେ ଉଦ୍ଧାର ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି ।