Odisha news

ଧଉଳି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା

0

ଭୁବନେଶ୍ୱର: କରୋନା କାରଣରୁ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି। କରୋନା ପର ଠାରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକ ବନ୍ଦ ହୋଇଯାଇଛି। ଯାହା ଫଳରେ ଏହାର ଆଖ ପାଖରେ ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟବସାୟୀଙ୍କର ଅଧିକ କ୍ଷତି ହୋଇଛି।

ତେବେ କରୋନା କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତି ସ୍ତୁପକୁ ଖୋଲିଛି ପର୍ଯ୍ୟଟନ ବିଭାଗ। ଦୀର୍ଘ ୭ ମାସ ପରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଖୋଲା ଯାଇଛି

ବେପାର ଆଶାରେ ବ୍ୟବସାୟୀ ମାନେ ନିଜ ନିଜ ଦୋକାନ ଖୋଲିଛନ୍ତି। ତେବେ କେବଳ ଆଖପାଖ ଅଂଚଳର ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସୁଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ବାହାରୁ ପର୍ଯ୍ୟଟକ ଆସିଲେ ବେପାର ଭଲ ହେବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବ୍ୟବସାୟୀ।

Leave A Reply