ଧର୍ମଶାଳା,୪ ।୧ : ବିବାହର ୨୩ ଦିନ ପରେ ଯୌତୁକ ଯୁହିରେ ଜଳିଲା ନବବଧୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଧର୍ମଶାଳା ଥାନା ଉତରଶାସନ ଗ୍ରାମରେ । ଜଣେ ନବବଧୂକୁ ଯୌତୁକ ଲାଗି ତାର ଶାଶୁଘର ଲୋକେ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ ଉତରଶାସନ ଗ୍ରାମର ଗଗନ ବିହାରୀ କରଙ୍କ ବଡପୁଅ ବିରଂଚି ନାରାୟଣ କର (୪୫)ଙ୍କ ଗତ ଡିସେମ୍ବର ୯ ତାରିଖରେ କୁଜଂଗ ଅଂଚଳର ରୋଜାଲିନ ସାହୁ (୨୩)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।
ତେବେ ରବିବାର ଅପରାହ୍ନ ସମୟରେ ରୋଜାଲିନ ରେକରେ ରସି ଲଗାଇ ଅତ୍ମହତ୍ୟା ଉଦ୍ୟମ କରିଥିଲେ । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପରିବାର ଲୋକ ରୋଜାଲିନକୁ ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ତାର ଶାଶୁଘର ଲୋକେ କହିଛନ୍ତି । ତେବେ ମୃତୁ୍ୟର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ପାରିବାରିକ କଳହ ଯୋଗୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଅନ୍ୟପଟେ ଖବର ପାଇ ରୋଜାଲିନର ବାପା ସୁବଳ ସାହୁ ଧର୍ମଶାଳା ଥାନାରେ ପହଁଚି ତାଙ୍କ ଝିଅକୁ ଯୌତୁକ ଲାଗି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ଧର୍ମଶାଳା ପୋଲିସ ୭/୨୧ ରେ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ଲାଗି ବଡଚଣା ମେଡିକାଲ ପଠାଇବା ସହ ରୋଜାଲିନଙ୍କ ସ୍ୱାମୀ ବିରଂଚି ଓ ତାର ଶ୍ୱଶୁରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।