Odisha news

ବିପଦର ପଡ଼ିଲେ ଖୋଜାପଡ଼ନ୍ତି ସୁଫଳ : ଶବ-ଦାହ ଏକ ପବିତ୍ର କାର୍ଯ୍ୟ, ୧୫୭ଜଣଙ୍କ ଘାଟକ୍ରୀୟା କରି ଚର୍ଚ୍ଚାରେ

0

ଭଦ୍ରକ, ୪ା୧: ସୁନା କାରିଗରୀ ବୃତ୍ତି ଜୀବନ ଭିତରେ ମଶାଣିରେ ୧୫୭ଜଣ ଲୋକଙ୍କର ଶବ ଦାହ କରି ବିପଦର ବନ୍ଧୁ ସାଜିଛନ୍ତି ସୁଫଳ ସାହୁ । ସୁନା କାରିଗର ଆଉ ଶବ ସକôାର କାମ ଏକା ସାଙ୍ଗରେ କରୁଥିବା ସୁଫଳ ବାବୁ କୁହନ୍ତି ମାନବ ସେବା ହେଉଛି ମାଧବ ସେବା । ମଶାଣି ଓ ଶବକୁ ମୋର ଡର ନାହିଁ । ଯେତେ ରାତି ହେଉ, କି ଖରା ଅବା ବର୍ଷା ହେଉ, ଅବା ଶୀତ । ଯିଏ ଅବେଳର ପଡ଼ି ସଫଳ ଭାଇ ବୋଲି ଡାକିଦିଅନ୍ତି, ସେ ବିନା ଦ୍ୱିଧାରେ ପହଁଚି ଯାଇଥାନ୍ତି । କାନ୍ଧରେ ଶବ ବୋହି ମଶାଣିକୁ ନେଇଯିବା ପର୍ଯ୍ୟନ୍ତ କାର୍ଯ୍ୟକରି ଲୋକଙ୍କ ଦୁଃଖରେ ସାମିଲ ହୋଇଥାନ୍ତି । ମୋର ପରିଚିତ ଲୋକ ହେଉ କି ଅପରିଚିତ, ସର୍ମ୍ପକୀୟ ହେଉ ବା ପର । ଶବ ସକôାର କାମରେ ମୋର ଆପଣା ପର ବାଛ ବିଚାର କିଛି ନଥାଏ । ଏପରି ଏକ ପବିତ୍ର କାର୍ଯ୍ୟ ମୋ ପାଇଁ ସର୍ବଶ୍ରେଷ୍ଟ ବୋଲି କୁହନ୍ତି ସଫଳ ।

ସୁଫଳ ସାହୁ । ବୟସ ୫୦ । ଘର ଭଦ୍ରକର କୁଆଁଶ ଗ୍ରାମରେ । ୪ଟି ଝିଅଙ୍କ ବାପା ହେଉଛନ୍ତି ସୁଫଳ । ସ୍ତ୍ରୀଙ୍କ ସହ ୪ଝିଅଙ୍କୁ ନେଇ ତାଙ୍କ ସଂସାର ହୋଇଥିଲା ବେଳେ ତାଙ୍କର ଦୈନନ୍ଦିନ ସୁନା କାରିଗର କାମ କରି ନିଜର ରୋଜଗାରରେ ପରିବାର ଚଳାନ୍ତି । ଯେଉଁ ହାତରେ ସେ ସୁନା ଅଳଙ୍କାର ଗଢ଼ୁଛନ୍ତି ସେହି ହାତରେ ସେ ମଶାଣିକୁ ଯାଇ ଶବ ପାଇଁ ଜୁଇ ପ୍ରସ୍ତୁତ କରିବା ସହ ଶେଷକୃତ୍ୟ ମଧ୍ୟ ସମ୍ପର୍ଣ୍ଣ କରୁଛନ୍ତି । ଜୀବନର ଆଦ୍ୟ ଯୌବନର ଲଗ୍ନରେ ଶବ ସକôାର ଭଳି ମହତ କାର୍ଯ୍ୟକୁ ଆପଣାଇ ଭଦ୍ରକ ତଥା ଆଖପାଖ ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି ସୁଫଳ । ସୁଫଳଙ୍କୁ ଯେତେ ବେଳେ ୧୮ବର୍ଷ ବୟସ ହୋଇଥିଲା ।

ଯେତେ ବେଳେ ଜଣେ ଗରିବ ଲୋକଙ୍କର ମୃତୁ୍ୟ ହୋଇଥିଲା ତାର ଶବ ସକôାର କରିବା ପାଇଁ ସେତେ ବେଳେ କେହି ଲୋକ ସାହାର୍ଯ୍ୟର ହାତ ବଢ଼ାଇନଥିଲେ । ଯେଉଁ ଘଟଣା ସୁଫଳଙ୍କ ଆଖିରୁ ଲୁହ ଗଡ଼ାଇ ଦେବା ସହ ତାଙ୍କ ହୃଦୟକୁ କଷ୍ଟ ଦେଇଥିଲା । ତାହା ସହ ତାଙ୍କ ମନକୁ ଭାରି ଆନେ୍ଦାଳିତ କରିଥିଲା । ନିଜର ଉଦାର ପଣରେ ସେ ଆଗକୁ ବାହାରି ଶବ ନେଇ ମଶାଣିକୁ ଯାଇ ସେହି ଗରିବ ଲୋଟିର ଶବ ସକôାର କାମ କରି ଘରକୁ ଫେରିଥିଲେ । ସେହିଦିନ ଠାରୁ ଜୀବନରେ ତାଙ୍କର ଶବ ସକôାର କରିବା ଏକ ପ୍ରକାର ବ୍ରତରେ ପରିଣତ ହୋଇଗଲା । ଶବ ଦାହ ବେଳେ ଧନି କି ଗରିବ କିଛି ବାଚ ବିଚାର ସେ କରନ୍ତି ନାର୍ହି ।

ଯିଏ ଡାକିଲା ସୁଫଳ ତାଙ୍କ ପାଇଁ ମଶାଣିରେ ହାଜର ହୋଇଗଲେ । ଜୀବନରେ ୧୫୭ଶବ ସକôାର କରି ନିଜେ ସେ ଅନେକ ଆତ୍ମ ତୃପ୍ତି ଲାଭ କରିଥିଲା ବେଳେ ଏହି କାର୍ଯ୍ୟରେ କେବେ ତାଙ୍କ ବାପା ମା କିମ୍ଭା ପତ୍ନୀ ତାଙ୍କ ପରିବାରର କେହି ବିରୋଧ କରିନାହାନ୍ତି । ବରଂ ସୁଫଳଙ୍କ ଏହି କାମକୁ ସପରିବାର ପକ୍ଷରୁ ସମର୍ଥନ ରହିଛି । ଯେତେ ରାତିରେ ବି ଶବ ଦାହ କରି ମଶାଣିରୁ ଫେରିଲେ ବି ସୁଫଳଙ୍କ ପତ୍ନୀ ତାଙ୍କ ଫେରିବା ବାଟକୁ ଚାର୍ହି ରହିଥାନ୍ତି । ଶବ ଆଉ ମଶାଣି ପ୍ରତି ତାଙ୍କର ଭୟ ନଥାଏ । ଭଦ୍ରକର ମଠସାହି ମଶାଣି ଓ କୁଆଁସ ମଶାଣି ଠାରୁ ଆରମ୍ଭ କରି ଭୁବନେଶ୍ୱରର ସତ୍ୟନଗର ମଶାଣି ହେଉ ଅବା ପୁରୀରେ ସ୍ୱର୍ଗ ଦ୍ୱାର ହେଉ ସବୁଠିକୁ ଶବ ସକôାର କରିବାକୁ ଆଗେଇ ଆସିଥାନ୍ତି ସୁଫଳ । ତାଙ୍କର ଏହି ନିଶ୍ଳୁକ ସେବା ମନୋଭାବ ଯୋଗୁଁ ସମସ୍ତଙ୍କର ଖୁବ୍ ପ୍ରୀୟ ଭାଜନ ହୋଇପାରିଛନ୍ତି ।

Leave A Reply